www.samajalive.in
Monday, December 8, 2025
16.1 C
Bhubaneswar

ସୁନାପାଲି ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଓ, ରାସ୍ତାରୋକ

ସମ୍ବଲପୁର : ସୁନାପାଲି ଓରାମପଡା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଗିରଫ ଦାବିରେ ରବିବାର ପୂର୍ବାହ୍ନରେ ଧନୁପାଲି ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା । ସୁନାପାଲି ଓରାମପଡା ଅଞ୍ଚଳରେ ଗଣେଶ ଓରାମ ଓରଫ ବଙ୍କେ ନାମକ ଜଣେ ୨୦ ବର୍ଷିୟ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ମୄତ ଯୁବକଙ୍କ ଜଣେ ବନ୍ଧୁ ଲବ ଓରାମ ମଧ୍ୟ ଗୁରୁତର ଆହତ ହୋଇ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବି ନେଇ ଆଜି ସ୍ଥାନୀୟ ଅଞ୍ଚଳବାସୀ ଧନୁପାଲି ଥାନା ଘେରାଉ କରିବାକୁ ଯାଉଥିବା ବେଳେ ଭୁତାପଡା ଛକଠାରେ ପୁଲିସ ସ୍ଥାନୀୟ ଲୋକଙ୍କୁ ଅଟକାଇଥିଲା । ଏହି ସମୟରେ ପୁଲିସ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାସ୍ଥଳରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ପହଞ୍ଚି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ସ୍ପଷ୍ଟିକରଣ ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ତେବେ ହତ୍ୟାକାଣ୍ଡର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ତଦନ୍ତର ପରିସରଭୁକ୍ତ ରହିଛି ବୋଲି ସମ୍ବଲପୁର ଏସପି କହିଛନ୍ତି । ଏହାପରେ ପ୍ରାୟ ୨ ଘଣ୍ଟାର ତୀବ୍ର ବିରୋଧ ପ୍ରଦର୍ଶନ, ଥାନା ଘେରାଉ ଓ ରାସ୍ତାରୋକ ବନ୍ଦ ହୋଇ ସ୍ଥିତି ସ୍ୱାଭାବିକ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories