www.samajalive.in
Sunday, December 7, 2025
26.1 C
Bhubaneswar

ଶିଶୁକୁ କୁକୁର କାମୁଡ଼ିଲା, ମାଲିକକୁ ୬ ମାସ ଜେଲ୍

ମୁମ୍ବଇ: ନାଗପୁରର ମାଜିଷ୍ଟ୍ରେଟସ୍ତରୀୟ ଅଦାଲତ ୭ ବର୍ଷ ପୂର୍ବେ ଏକ ଶିୁଶୁକୁ କୁକୁର କାମୁଡ଼ିବା ମାମଲାର ଶୁଣାଣି କରି କୁକୁରର ମାଲିକାଣୀଙ୍କୁ ୬ ମାସ ଜେଲ ଦଣ୍ଡ ଦେଇଛନ୍ତି। ଅପର ପକ୍ଷରେ ବୃତ୍ତିରେ ଡାକ୍ତର ଥିବା ମାଲିକାଣୀ କୁକୁରଟି ତାଙ୍କର ନୁହେଁ ବୋଲି ଦାବୀ କରିଛନ୍ତି। କିନ୍ତୁ ଅଭିଯୋଗକାରୀ ସାକ୍ଷୀ ସହ ଏହା ପ୍ରମାଣ କରିଛନ୍ତି ଯେ, ଡାକ୍ତର ଜଣକ ହିଁ କୁକୁରର ମାଲିକାଣୀ।

ମାଜିଷ୍ଟ୍ରେଟ୍ ଅଦାଲତରେ ଅଭିଯୋଗକାରୀ କହିଛନ୍ତି ଯେ, ୩୦ ସେପ୍ଟେମ୍ବର ୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଯେଉଁଥିରେ ଜଣ ମହିଳା ଅଭିଯୋଗ କରିଥିଲେ ଯେ, ସେପ୍ଟେମ୍ବର ୨୯ ତାରିଖରେ ତାଙ୍କ ୯ ବର୍ଷିୟ ପୁଅ ତା’ର ସାଙ୍ଗ ସହ ମିଶି କୁକୁରକୁ ରୁଟି ଦେବା ପାଇଁ ଘର ବାହାରକୁ ଯାଇଥିଲା। ଏହାପରେ ହଠାତ୍ ମହିଳା ଜଣକ ତାଙ୍କ ପୁଅର ଚିତ୍କାର ଶୁଣିଥିଲେ। ମହିଳା ବାହାରକୁ ଆସି ଦେଖିଥିଲେ ଯେ ୨ଟି କୁକୁର ତାଙ୍କ ପୁଅକୁ କାମୁଡ଼ି ଦେଇଥିଲେ। ଏହା ଦେଖି ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ତାଙ୍କ ଝିଅ ଏବଂ ଜଣେ ପଡ଼ୋଶୀ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। ଏହାପରେ ନନ୍ଦନବନ ପୁଲିସ ଷ୍ଟେସନରେ ମହିଳା ଅଭିଯୋଗ କରିଥିଲେ। ପରେ ଏହି ମାମଲା ଅଦାଲତରେ ପହଞ୍ଚିଥିଲା।

- Advertisement -

ଉଭୟପକ୍ଷର ତର୍କ ବିତର୍କ ପରେ କୁକୁରଟି ଉକ୍ତ ମହିଳାଙ୍କର ବୋଲି ପ୍ରମାଣ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୨୮୯(ପଶୁମାନଙ୍କ କ୍ଷେତ୍ରରେ ଦାୟିତ୍ବହୀନ ମନୋଭାବ) ଓ ୩୩୮(ଅନ୍ୟର ବ୍ୟକ୍ତିଗତ ସୁରକ୍ଷାକୁ କ୍ଷତି) ଆଧାରରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ମହିଳା ଡାକ୍ତରଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories