www.samajalive.in
Saturday, December 6, 2025
16.1 C
Bhubaneswar

ପୋଲ ତଳକୁ ଖସିଲା କାର ; ୭ ଡାକ୍ତରୀ ଛାତ୍ର ମୃତ

ମୁମ୍ବଇ : ମହାରାଷ୍ଟ୍ରର ସେଲସୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ବିଜେପି ବିଧାୟକ ବିଜୟ ରାହାଙ୍ଗଦାଲେଙ୍କ ପୁଅ ଅବିନାଶ ରାହାଙ୍ଗଦାଲେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କିଛି ଆହତ ମଧ୍ୟ ହୋଇଛନ୍ତି। ରାତି ପ୍ରାୟ ୧୧ଟା ସମୟରେ ଏକ କାରରେ ଡାକ୍ତରୀ ଛାତ୍ରମାନେ ଯାଉଥିବା ସମୟରେ କାରଟି ପୋଲ ତଳକୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି। ସଭିଏଁ ଦେଓଲିରୁ ମେଡିକାଲ କଲେଜ ଯାଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ସେଲସୁରା ଶିବାରରୁ ଅତିକ୍ରମ କରୁଥିବା ସମୟରେ ପୋଲ ନିକଟରେ ହଠାତ ଏକ ଜଙ୍ଗଲୀ ଜନ୍ତୁ ପଳାଇ ଆସିବାରୁ ଜନ୍ତୁଙ୍କ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ଗାଡିଟି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖାଇକୁ ଖସିପଡିଥିଲା।
ମହାରାଷ୍ଟ୍ରର ସେଲସୁରା ନିକଟରେ ଘଟିଥିବା ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ରାଷ୍ଟ୍ରୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ମିଳିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories