www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ଆଉ ୫ହଜାର ୮୯୧କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ହଜାର ୮୯୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩,୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨, ୪୭୮ ଜଣ ଚିହ୍ନଟ ହୋଇଛନ୍ତି । ଜନ୍ମରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୫୨ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୧, ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୬, ବାଲେଶ୍ୱର ୨୩୪, ବରଗଡ ୮୫, ଭଦ୍ରକ ୯୪, ବଲାଙ୍ଗିର ୧୩୮, ବୌଦ୍ଧ ୯୩, କଟକ ୪୮୨, ଦେବଗଡ ୬୧, ଢେଙ୍କାନାଳ ୧୩୩, ଗଜପତିରୁ ୯୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୭୫, ଜଗତସିଂହପୁର ୧୦୮, ଯାଜପୁର ୨୧୯, ଝାରସୁଗୁଡା ୩୫, କଳାହାଣ୍ଡି ୧୮୮, କନ୍ଧମାଳ ୭୩, କେନ୍ଦ୍ରାପଡା ୧୧୪, କେନ୍ଦୁଝରରେ ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ କୋରାପୁଟ ୧୨୮, ମାଲକାନଗିରି ୫୨, ମୟୁରଭଞ୍ଜ ୨୧୮, ନବରଙ୍ଗପୁର ୯୫, ନୟାଗଡ ୨୦୫, ନୂଆପଡା ୫୬, ପୁରୀ ୬୩, ରାୟଗଡା ୧୨୫, ସମ୍ବଲପୁର ୧୫୮, ସୋନପୁର ୨୦, ସୁନ୍ଦରଗଡ ୫୦୧ ଷ୍ଟେଟପୁଲରୁ ୨୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦,୩୦୯ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୩୧ହଜାର ୯୧୭ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୭ହଜାର ୮୪୨କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ହଜାର ୩୪୦ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories