www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ରାସ୍ତାରେ ବୁଲିଲା ବିରାଟ କୁମ୍ଭୀର

ସମାଜ ଡିଜିଟାଲ ଡେସ୍କ: ନଦୀ, ହ୍ରଦ କିମ୍ବା ଚିଡ଼ିଆଖାନାରେ କୁମ୍ଭୀର ଦେଖିବାକୁ ମିଳିଥାଆନ୍ତି। କିନ୍ତୁ ହଠାତ ରାସ୍ତାରେ କୁମ୍ଭୀର ବୁଲୁଥିବାର ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟଚକିତ ହେବେ ନିଶ୍ଚୟ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର କୋଙ୍କଣ ଅନ୍ତର୍ଗତ ଚିପଲୁନ ଅଞ୍ଚଳରେ। ରବିବାର ସନ୍ଧ୍ୟାରେ ବର୍ଷା ପରେ ପରେ ଚିପଲୁନର ଏକ ବ୍ୟସ୍ତବହୁଳ ରାସ୍ତାରେ ହଠାତ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଥିଲା, ଯାହାଫଳରେ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଏବଂ ଗାଡ଼ିମୋଟର ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।


ଏହି ଅଞ୍ଚଳରେ ଜଳାଶୟଗୁଡ଼ିକରେ କୁମ୍ଭୀରଙ୍କ ସଂଖ୍ୟା ଅଧିକ ଥିବାରୁ ଅନେକ ସମୟରେ ସେମାନେ ରାସ୍ତାଘାଟକୁ ଚାଲିଆସୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରାଯାଇଛି। ସ୍ଥାନୀୟ ବନ୍ୟଜନ୍ତୁ ଅଧିକାରୀଙ୍କ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories