ଏ.ଆଇ ଭଏସ୍ ସ୍କାମ୍ ପ୍ରତି ସାବଧାନ: ମହିଳାଙ୍କଠୁ ୭ଲକ୍ଷ ଲୁଟିନେଲା ଠକ
ମୁମ୍ବଇ: ସାଇବର ଠକେଇର ନୂଆ ଉପାୟ । ଏ.ଆଇ (କୃତିମ ବୃଦ୍ଧିମତା) ଦ୍ୱାରା ଜଣେ ମହିଳାଙ୍କଠାରୁ ୭ଲକ୍ଷ ଠକି ନେଇଗଲା ସାଇବର ଠକ । ମହିଳାଙ୍କୁ ଚାକିରି ଆବଶ୍ୟକ ଥିବାବେଳେ ଏହାର ଫାଇଦା ଉଠାଇଥିଲା ସାଇବର ଠକ । ଏ.ଆଇ ଭଏସ୍ ବ୍ୟବହାର କରି ୭ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମୁମ୍ବଇ ପୁଲିସ ନିକଟରେ ଅଭିଯୋଗ ପରେ ଜଣେ ୩୭ବର୍ଷୀୟା ମହିଳାଙ୍କୁ ପୁଲିସ ଗିରଫ କରିଛି । ଏହି ମହିଳା ଜଣଙ୍କ ଏ.ଆଇ ଭଏସ୍ ଦ୍ୱାରା ନିଜ ପଡୋଶୀଙ୍କ ଠାରୁ ୭ଲକ୍ଷ ଠକି ନେଇଥିବା ଜଣାପଡିଛି । ନିଜ ସ୍ୱାମୀଙ୍କ ସହ ମିଶି ମହିଳା ଜଣଙ୍କ ଏଭଳି କାମ କରିଥିବା ପୁଲିସ କହିଛି । ପଡୋଶୀ ମହିଳା ଜଣଙ୍କ ଏକାକୀ ରହୁଥିବାରୁ ତାଙ୍କୁ ଚାକିରିର ଆବଶ୍ୟକତା ରହିଥିଲା । ଏହାର ଫାଇଦା ନେଇ ଚାକିରି କରାଇବାକୁ କହି ମହିଳା ଓ ତାଙ୍କ ସ୍ୱାମୀ ଠକେଇର ଶିକାର ହୋଇଥିବା ମହିଳାଙ୍କଠାରୁ ୭ଲକ୍ଷ ଲୁଟି ନେଇଥିବା ପୁଲିସ ସୂଚନା ଦେଇଛି ।
Comments are closed.