www.samajalive.in
Tuesday, December 9, 2025
16.1 C
Bhubaneswar

‘ସମାଜ’ ପ୍ରଭାବ: ବନବିଭାଗ ଜାରି କଲା କଟକଣା, ଲୋକଙ୍କୁ କଲେ ସଚେତନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲଗୁଡ଼ିକରେ ଲଗାଯାଉଛି ନିଆଁ। ବନ ବିଭାଗ ତରଫରୁ ନିଆଯାଉନି କାର୍ଯ୍ୟାନୁଷ୍ଠାନ। ଫଳରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ ବିପଦକୁ ଡାକିଲା ଭଳି କାର୍ଯ୍ୟ କରୁଛନ୍ତି। ବନବିଭାଗ ଏଥିପ୍ରତି ସତର୍କତା ଅବଲମ୍ବନ ନକଲେ ଆଗକୁ ଯେ ବଡ଼ ଅଘଟଣ ଘଟିବାର ଆଶଙ୍କା ଥିବା ନେଇ ‘ସମାଜ’ ଖବର କାଗଜରେ ପ୍ରକାଶିତ ହେବାର ସଙ୍ଗେ ସଙ୍ଗେ ବନବିଭାଗ ଏଥିପ୍ରତି ତତ୍ପରତା ଦେଖାଇଛି। ନବରଙ୍ଗପୁର ଏବଂ ଡାବୁଗାଁ ରେଞ୍ଜର ସମସ୍ତ ହାଟ ଏବଂ ଗ୍ରାମମାନଙ୍କରେ ଲୋକଙ୍କୁ ସଚେତନ କରାଇବା ସହ ଜଙ୍ଗଲରେ ନିଆଁ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଏବଂ ଜଙ୍ଗଲରେ ନିଆଁ ଲଗାଇଲେ ମିଳିବ ଜେଲଦଣ୍ଡ ଏପରି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବନବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି।

‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ରେଞ୍ଜ ଏବଂ ଡାବୁଗାଁ ରେଞ୍ଜ ଅଧିନସ୍ଥ ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲରେ ନିଆଁ ଲଗାଇବାରୁ ନିବୃତ ରହିବା ସହ ସଚେତନ କରାଇବାକୁ କାର୍ଯ୍ୟକ୍ରମ ହାତକୁ ନେଇଛି ବନବିଭାଗ। ଆଜି ପାପଡାହାଣ୍ଡି ବ୍ଲକ ମଇଦଳପୁର ସେମଳା ହାଟଠାରେ ତୁମ୍ଭରଲା ଫରେଷ୍ଟର ଏବଂ କର୍ମଚାରୀ ପ୍ରମୁଖ ଏକ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଜଙ୍ଗଲରେ ନିଆଁ ଲଗାଇଲେ ୧୦ହଜାର ଟଙ୍କାର ଜୋରିମାନା ସାଙ୍ଗକୁ ୭ ବର୍ଷ ଜେଲ ଦଣ୍ଡ ମିଳିବ ଏବଂ ମହୁଲ ଗଛ ତଳେ ନିଆଁ ନ ଲଗାଇବା ସହ ଶୁଖିଲା ପତ୍ରଗୁଡିକୁ ବାଡ଼ି ସାହାଯ୍ୟରେ ଅଲଗା କରି ମହୁଲ ଗୋଟାନ୍ତୁ, ବିଶେଷ କରି ଜଙ୍ଗଲ ଭିତରେ ମାଈ ଭାଲୁ ଓ ଛୁଆମାନେ ସନ୍ଧ୍ୟା ସମୟରେ ପାଣି ପିଇବାକୁ ପୋଖରୀ ନିକଟକୁ ଆସୁଥିବା ଯୋଗୁଁ ସନ୍ଧ୍ୟାରେ ସେପଟେ ଯାଆନ୍ତୁ ନାହିଁ, ଯଦି କେହି ଜଙ୍ଗଲରେ ନିଆଁ ଲଗାଇଦିଏ ତାହେଲେ ନିଆଁ ଲିଭାଇ ସଂଗେ ସଂଗେ ନିକଟସ୍ଥ ବନବିଭାଗ କର୍ମଚାରୀଙ୍କୁ ଜଣାନ୍ତୁ ବୋଲି ଲୋକଙ୍କୁ ସଚେତନ କରିବା ସହ କରୋନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଛି।

- Advertisement -

ପ୍ରକାଶ ଥାଉକି, ଯେ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, କୋଷଗୁମୁଡା, ଡାବୁଗାଁ, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରୀଗାଁ ଏବଂ ପାପଡାହାଣ୍ଡିର ମଇଦଳପୁର ଆଦି ଗ୍ରାମକୁ ଲାଗି ବିସ୍ତୀର୍ଣ୍ଣ ଜଙ୍ଗଲକୁ ଲାଗି ଛତିଶଗଡ ରାଜ୍ୟ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀକୁ ଲାଗି ରହିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ମଧ୍ୟ ରହିଛନ୍ତି। ଯଦି ନିଆଁ ଲାଗିଯାଏ ତାହେଲେ ଆଗକୁ ବଡ଼ ବିପଦ ହୋଇପାରେ। ଏଥିପାଇଁ ବନବିଭାଗ ଦୃଢ ସତର୍କତା ଅବଲମ୍ବନ କରିବାର ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories