www.samajalive.in
Sunday, December 7, 2025
23.1 C
Bhubaneswar

ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ, ଆଶଙ୍କାରେ ଶିଶୁ କନ୍ୟାର ଭାଗ୍ୟ

ଗଡ଼ମଧୁପୁର : ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପର ଗ୍ରାମରେ ପାରିବାରିକ କହଳକୁ ନେଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ହେଲେ ଶରତ ବେହେରା(ଦାମ)ଙ୍କ ପତ୍ନୀ ସୁକାନ୍ତି ବେହେରା(୪୨)। ଗତକାଲି ରାତିରେ ସୁକାନ୍ତି ତାଙ୍କ ଘରକୁ ଲାଗି ରହିଥବା ଏକ ଛେଳି ଗୁହାଳେ ବେକରେ ରଶି ଦେଇ ଝୁଲୁଥିବାର ଦେଖି ପରିବାର ଲୋକେ ପ୍ରଥମେ ତାଙ୍କ ବାପଘରକୁ ଖବର ଦେଇଥିଲେ। ସେମାନେ ଆସି ପହଞ୍ଚିବା ବେଳକୁ ସୁକାନ୍ତିଙ୍କୁ ରଶିରୁ ଆଣି ଘରେ ଶୁଆଇ ଦେଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସେ ସୁକାନ୍ତିଙ୍କ ମୃତ୍ୟୁକୁ ଅପମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ବାପଘରର ଅଭିଯୋଗ ଅନୁଯାୟୀ ଗତକାଲି ସୁକାନ୍ତିଙ୍କ ପରିବାରରେ କୌଣସି କରାଣରୁ କହଳ ଉପୁଜିଥିଲା। ଯାହାକୁ ନେଇ ତାଙ୍କୁ ଫୋନ କରି ଡକାଯାଇଥିଲା। କିନ୍ତୁ କିଛି ସମୟ ପରେ ସବୁକିଛି ଠିକ ହୋଇଯାଇଥିବା କହିବାରୁ ସେମାନେ ଆସି ନଥିଲେ। ରାତିରେ ପୁନର୍ବାର ଫୋନ୍‌ କରି ତାଙ୍କ ଝିଅ ମରିଯାଇଥିବା ଜଣାଇଥିଲେ। ହତ୍ୟା ଅଭିଯୋଗକୁ ଶାଶୁଘର ଲୋକେ ଅସ୍ୱୀକାର କରିବା ସହିତ ସୁକାନ୍ତି ବିଳମ୍ବିତ ରାତିରେ ବେକରେ ଫାଶି ଲଗାଇ ଦେଇଥିବା କହୁଛନ୍ତି।

ଜେନାପୁର ପୁଲିସ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୫୬/୨୧ରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହିତ ମୁଣ୍ଡରେ ଏକ ଆଘାତ ଲାଗିଥିବା ଦେଖିଥିଲେ। ଦିନରେ କଳିଗୋଳ ବେଳେ ମୁଣ୍ଡକୁ ତଳେ ବାଡେଇଥିବାରୁ ଏହି ଆଘାତ ଲାଗିଥିବା ପରିବାର ଲୋକେ କହିଛନ୍ତି। ତେବେ ବ୍ୟବ​‌ଚ୍ଛେ​‌ଦ ରିପୋର୍ଟ ଆସିଲେ ସବୁ କିଛି ଜଣା ପଡିବ ବୋଲି ଥାନାଧିକାରୀ ଆଶିଷ କୁମାର ସାହୁ ସମାଜକୁ କହିଛନ୍ତି।

- Advertisement -

ଆଜକୁ ୧୫ ବର୍ଷ ତଳେ ଜେନାପୁର ନିବାସୀ ଗୋବିନ୍ଦ ଚନ୍ଦ୍ର ଦଳାଇଙ୍କ ଝିଅ ସୁକାନ୍ତି ଗଡମଧୁପୁର ଗ୍ରାମର ଉତ୍ସବ ଦଳେଇଙ୍କ ପୁଅ ଶରତଙ୍କୁ ବିବାହ କରିଥିଲେ। ୧୫ ବର୍ଷ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ୱାମୀ ସହିତ ହାଇଦ୍ରାବାଦରେ ରହୁଥିବା ସୁକାନ୍ତି ଏବେ ଝିଅ ଜନ୍ମ କଲାପରେ ଶାଶୁଘରେ ଆସି ରହୁଥିଲା। ଏବେ ଛଅ ମାସର ଶିଶୁ କନ୍ୟାକୁ ଛାଡି ମାଆ କିପରି ଆତ୍ମହତ୍ୟା କଲା ତାହା ସମସ୍ତଙ୍କୁ ଚକିତ କରିଛି। ଛଅ ମାସର ଝିଅ ମାଆ  କ୍ଷୀରରୁ ବଞ୍ଚିତ ହୋଇ କିପରି ବଞ୍ଚିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ? ପାରିବାରିକ କହଳ ପାଇଁ ଆଜି ଏକ ଛୋଟ ଶିଶକନ୍ୟା ତାର ମାକୁ ହରାଇ ଏବେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା ବେଳେ ପାରିବାରିକ କହଳ ସାମାଜରେ ଏହିପରି ଅନେକ ଶିଶୁ ଓ ପରିବାରକୁ ନଷ୍ଟ କରୁଥିବାରୁ ଏହା ଉପରେ ଜନ ସଚେତନତା ଜରୁରୀ ବୋଲି ବୁଦ୍ଧିଜୀବିମାନେ କହନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories