www.samajalive.in
Monday, December 15, 2025
24.1 C
Bhubaneswar

ମୁସଲମାନ ନାଁ ଥିବା ୩ଟି ଗାଁର ନାମ ବଦଳାଇଲେ ରାଜସ୍ଥାନ ସରକାର

ଜୟପୁର : ରାଜସ୍ଥାନ ସରକାର ନିଜ ରାଜ୍ୟରେ ଥିବା ମୁସଲମାନ ନାମ ଥିବା ଗାଁଗୁଡ଼ିକର ନାଁ ବଦଳାଇ ଦେଉଛନ୍ତି। କିଛି ଗାଁର ଲୋକେ ମୁସଲମାନ ନାମକୁ ନେଇ ଆପତ୍ତି ଉଠାଇବା ପରେ ସରକାର ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ କରୁଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ପ୍ରଥମ ପର୍ଯ୍ୟାୟରେ ତିନିଟି ଗାାଁର ନାମ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ସୀମାନ୍ତ ଅଞ୍ଚଳ ବାରମେର ଜିଲାର ‘ମିଓଁ କା ବାରା’ ଗ୍ରାମର ନାମ ପରିବର୍ତ୍ତନ କରାଯାଇ ‘ମହେଶ ନଗର’ ରଖାଯାଇଛି। ଏହି ଗାଁରେ ପ୍ରାୟ ୨ହଜାର ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରେ ମାତ୍ର ୪ଟି ପରିବାର ମୁସଲମାନ ହୋଇଥିବାବେଳେ ଅନ୍ୟମାନେ ହିନ୍ଦୁ। ହିନ୍ଦୁମାନେ ଗାଁରନାମ ବଦଳାଇବାକୁ ଜିଲାପାଳଙ୍କଠାରେ ନିବେଦନ କରିଥିଲେ। ସେହିଭଳି ଝୁନ୍‍ଝୁନୁ ଜିଲା ଅନ୍ତର୍ଗତ ‘ଇସମାଇଲପୁର’ର ନାମ ପରିବର୍ତ୍ତନ କରାଯାଇ ‘ପିଚାନ୍ୱା ଖୁର୍ଦ୍ଦ’ ଓ ଜାଲୋର ଜିଲା ଅନ୍ତର୍ଗତ ‘ନାରପରା’ର ନୂଆ ନାମ ‘ନାରପୁରା’ ରଖାଯାଇଛି। ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ମଧ୍ୟ ଆଗକୁ ଏହା ବଳବତ୍ତର ରହିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories