www.samajalive.in
Monday, December 15, 2025
17.1 C
Bhubaneswar

ତ୍ରିରଙ୍ଗାର ଇତିହାସ

ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଲି ଭେଙ୍କୟା କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧୀଙ୍କୁ ଭାରତର ଜାତୀୟ ପତାକା ପାଇଁ ପ୍ରସ୍ତାବ ଦେଇଥିଲେ। ଗାନ୍ଧୀଜୀଙ୍କୁ ତାଙ୍କର ସେହି ପ୍ରସ୍ତାବ ପସନ୍ଦ ଆସିଥିଲା। ଭେଙ୍କୟା ୫ବର୍ଷ ପର୍ଯ୍ୟନ୍ତ ୩୦ଟି ଦେଶର ରାଷ୍ଟ୍ରୀୟ ପତାକା ପାଇଁ ଗବେଷଣା କରିଥିଲେ। ଗବେଷଣା ପରେ ୧୯୨୧ମସିହାରେ ଦୁଇଟି ରଙ୍ଗ ବିଶିଷ୍ଟ ଲାଲ ଓ ସବୁଜ ରଙ୍ଗର ପତାକା ପ୍ରସ୍ତୁତ କରିଥିଲେ। ଜଳନ୍ଧଧରର ହଂସରାଜ ଏହି ପତାକାରେ ଏକ ଚକ୍ର କରିବାକୁ ପ୍ରସ୍ତାବ ଦେଇଥିଲେ। ଗାନ୍ଧିଜୀ ଏହି ପତାକାରେ ଧଳା ରଙ୍ଗ ଯୋଡିବାକୁ ପରାମର୍ଶ ଦେଇଥିଲେ। ୧୯୩୧ରେ କରାଚୀରେ ଅଖିଳ ଭାରତୀୟ ସମ୍ମିଳନୀରେ ଏହି ପତାକାକୁ ଉଡାଇଥିଲେ। ଏହା ପୂର୍ବରୁ ମଧ୍ୟ ଅନେକ ପତାକା ଭାରତରେ ଉତ୍ତୋଳନ କରାଯାଇଥିଲା।

ପ୍ରଥମେ ୧୯୦୬ମସିହା ଅଗଷ୍ଟ ୭ତାରିଖରେ ପାର୍ସୀ ବାଗାନ (ଗ୍ରୀନ ପାର୍କ) କଲକତାରେ ଉଡିଥିଲା। ଏହି ପତାକାର ରଙ୍ଗ ଲାଲ, ହଳହିଆ ଓ ସବୁଜ ରଙ୍ଗରେ ପ୍ରସ୍ତୁତ କରାଯାଇଥିଲା।

ଦ୍ୱିତୀୟରେ ପ୍ୟାରିସରେ ମ୍ୟାଡାମ କାମା ଓ କିଛି କ୍ରାନ୍ତିକାରୀଙ୍କ ଦ୍ୱାରା ୧୯୦୭ମସିହାରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ପତାକାକୁ ବର୍ଲିନରେ ସମାଜବାଦୀ ସମ୍ମିଳନୀରେ ମଧ୍ୟ ଉତ୍ତୋଳନ କରାଯାଇଥିଲା।

ତୃତୀୟରେ ୧୯୧୭ ମସିହାରେ  ଡକ୍ଟର ଆନି ବେଶାନ୍ତ ଓ   ଲୋକମାନ୍ୟ ତିଳକଙ୍କ ଦ୍ୱାରା ହୋମରୁଲ ଲିଗ ପ୍ରତିଷ୍ଠା କରାଯାଇଥିଲା । ଏହି ସମୟରେ ଏକ ନୂତନ ପତାକା  ଉତ୍ତୋଳନ କରାଯାଇଥିଲା। ଏହି ପତାକାରେ ୫ଟି ଲାଲ ରଙ୍ଗର ପଟ୍ଟି ଓ ୪ଟି ସବୁଜ ରଙ୍ଗର ପଟ୍ଟି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସପ୍ତର୍ଷିଙ୍କ ଚିତ୍ର ମଧ୍ୟ ରହିଥିଲା। ଏହାର ଏକ କୋଣରେ ଅଧା ଚନ୍ଦ୍ରର ଓ ତାରକା ଚିତ୍ର ରହିଥିଲା।

ଚତୁର୍ଥରେ ୧୯୨୧ମସିହାରେ ବିଜୟୱାଡାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର  ବୈଠକ ସମୟରେ  ଆନ୍ଧ୍ରପ୍ରଦେଶର ପିଙ୍ଗଲି ଭେଙ୍କୟା ଗାନ୍ଧିଜୀଙ୍କୁ ଏକ ପତାକା ପ୍ରଦାନ କରିଥିଲେ । ଏଥିରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପ୍ରତିନିଧିତ୍ୱ କରୁଥିବା ଲାଲ ଓ ସବୁଜ ରଙ୍ଗ ରହିଥିଲା। ଗାନ୍ଧୀଜୀଙ୍କ ପରାମର୍ଶ ଅନୁସାରେ  ଅନୁସାରେ ସେହି ପତାକାରେ ଅନ୍ୟ ସମସ୍ତ ଧର୍ମ ପାଇଁ ଧଳା ରଙ୍ଗର ପଟି ରଖାଯାଇଥିଲା। ଏବଂ ଏଥିରେ ରାଷ୍ଟ୍ରୀୟ ପ୍ରଗତିର ସଙ୍କେତ ରୂପେ ଚରଖାର ଚିହ୍ନ ରହିଥିଲା।

୧୯୩୧ମସିହାରେ ଭାରତରେ ଏକ ନୁତନ ଇତିହାସ ସୃଷ୍ଟି ହୋଇଥିଲା। ତ୍ରିରଙ୍ଗାକୁ ଆମ ଦେଶର ରାଷ୍ଟୀୟ ପତାକା ରୂପେ ମାନ୍ୟତା ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ପତାକାରେ ସାମ୍ପ୍ରଦାୟିକ ଛାପ ରହି ନ ଥିବା ଜଣାଇଥାଏ। ତ୍ରିରଙ୍ଗାରେ ମହାତ୍ମା ଗାନ୍ଧୀଙ୍କର ଚରଖା ରହିଥିଲା ।

ବର୍ତ୍ତମାନେ ଯେଇଁ ତ୍ରିରଙ୍ଗାର ରୂପ ରେଖ ଆମେ ଦେଖୁଛେ ତାହା ଜୁଲାଇ ୨୨ , ୧୯୪୭ ମସିହାରେ ଜାତୀୟ ପତାକାର ମାନ୍ୟତା ପାଇଥିଲା । ଏହାକୁ ଭାରତର ଜାତୀୟ ପତାକା ଭାବେ ସ୍ୱୀକୃତି ମିଳିଥିଲା । ଏଥିରେ ଚରଖା ସ୍ଥାନରେ  ଅଶୋକଙ୍କ ଧର୍ମ ଚକ୍ରକୁ ସ୍ଥାନ ଦିଆଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories