www.samajalive.in
Sunday, December 7, 2025
26.1 C
Bhubaneswar

ଗୃହରେ ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା, ବିଜେଡ଼ି-ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ଆଜିର ବିଧାନସଭାରେ ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା କରାଯାଇଛି। ଆଜି ତେଲ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବିଜେଡ଼ି-ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ।

 

- Advertisement -

ତେଲ ଦର କଂଗ୍ରେସ ସମୟରେ କମ୍ ଥିଲା ମୋଦି ସରକାରଙ୍କ ସମୟରେ ବଢ଼ିଲା । ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ଟଙ୍କା ଓ ଡ଼ିଜେଲରେ ୧୩ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ରନ୍ଧନ ଗ୍ୟାସ ଦର ୮ଶହ ଟଙ୍କାରୁ ଅଧିକ ହେଲାଣି। ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ ୪ଟଙ୍କା ବୃଦ୍ଧି କରିଛନ୍ତି ବୋଲି ଗୃହରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେଡ଼ି-ବିଜେପି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିବା ବେଳେ ଏବେ କୁଆଡ଼େ ଗଲେ ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ତେଣୁ କେନ୍ଦ୍ର ସରକାର ବଢାଇଥିବା ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ବଢାଇଥିବା ଭ୍ୟାଟ ପ୍ରତ୍ୟାହାର କରାଯାଉ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ଆଜି ଗୃହରେ ବିଜେଡ଼ି-ବିଜେପିକୁ ଟାର୍ଗେଟ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories