www.samajalive.in
Monday, December 15, 2025
24.1 C
Bhubaneswar

ଅଜଣା ଗାଡି ଧକ୍କାରେ ବାଛୁରୀ ମୃତ, ରାଜପଥରେ ପଡିଛି ମୃତଦେହ, ଛୁଆକୁ ଜଗିଛି ମାଆ

ହରଭଙ୍ଗା : ମଣିଷ ସମାଜ ସମ୍ପର୍କର ମୂଲ୍ୟରୁ ଅନେକ ଦୂରକୁ ଚାଲିଯାଇଥିବା ବେଳେ ପଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସମ୍ପର୍କର ମୂଲ୍ୟବୋଧ। ବିଭିନ୍ନ ଘଟଣା ମାଧ୍ୟମରେ ପଶୁମାନେ ବାରମ୍ବାର ସମ୍ପର୍କର ମୂଲ୍ୟବୋଧ ବିଷୟରେ ମାନବ ସମାଜକୁ ଚେତାଇ ଦେଉଥିଲେ ମଧ୍ୟ ଆଖି ଥାଇ ଅନ୍ଧ ଭଳି ଏମାନଙ୍କ ସ୍ବାଭାବ। ଜୀବନ୍ତ ଛୁଆଟିକୁ ମଣିଷ ସମାଜର ମାଆ ବିକ୍ରି କରିବାକୁ ପଛାଉ ନ ଥିବାବେ​‌ଳେ ମୃତ ଛୁଆଟିକୁ ଛାଡି ଯାଇପାରୁନି ପଶୁ ମାଆ। ଏଭଳି ଏକ ଦୃଦୟବିଦାରକ ଘଟଣା ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରରେ ଦେଖିବାକୁ ମିଳିଛି। ଚାରିଛକ ହାଇସ୍କୁଲ ସମ୍ମୁଖରେ ଗତକାଲି ରାତିରେ ଏକ ଅଜଣାଗାଡି ଧକ୍କାରେ ଗୋଟିଏ ବାଛୁରୀର ମୃତ୍ୟୁ ଘଟିଥିଲା। ମୃତ୍ୟୁର ୩୬ଘଂଟା ପରେ ବି ରାଜପଥରୁ ବାଛୁରୀର ମୃତଦେହ ଉଠାଯାଇନଥିଲା। ଅନ୍ୟପଟେ ବାଛୁରୀର ମୃତଦେହ ପାଖରେ ମାଆ ଗାଈ ଜଗି ରହିଥିଲା। ଏଭଳି ଏକ ଦୁଃଖଦ ଚିତ୍ର ଆଜିର ସାମାଜିକ ଚେତନା ଉପରେ ବଡ ପ୍ରଶ୍ନ ଚିହ୍ନ ଲଗାଇଛି। ଏହି ଘଟଣା ହରଭଙ୍ଗା ଅଗ୍ନିଶମ ବିଭାଗ ଏବଂ ପୁରୁଣାକଟକ ଥାନା କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ ଘଟିଥିଲେ ବି ପ୍ରଶାସନ କିମ୍ବା ସ୍ଥାନୀୟ ଲୋକଙ୍କ ନିରବଦ୍ରଷ୍ଟା ପଶୁ ଓ ମଣିଷ ମଧ୍ୟରେ ଥିବା ସଂର୍ପକ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories