www.samajalive.in
Tuesday, December 9, 2025
15.1 C
Bhubaneswar

ଭାର୍ଗବୀ-ରତ୍ନଚିରା ଜଳନିଷ୍କାସନ ନୂଆଗାଁ ଡ୍ରେନେଜର ହେବ ପୁନରୁଦ୍ଧାର, ଉପକୃତ ହେବେ ୬ ଟି ପଞ୍ଚାୟତର ୪ ହଜାର ଲୋକ

ସୁଆଣ୍ଡୋ: ଭାର୍ଗବୀ-ରତ୍ନଚିରା ଜଳ ନିଷ୍କାସନ ପ୍ରଣାଳୀର ନୂଆଗ​‌ାଁ ଦକ୍ଷିଣ ପାର୍ଶ୍ବ ଖଲାସି ନାଳର ପୁନରୁଦ୍ଧାର ଏବଂ ପାଳପୋଛିଠାରେ ପୋଲ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୂଚନା ପ୍ରସାରଣ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇଥିଲେ। ଏଥିରେ ୧୪ କିଲୋମିଟର ଡ୍ରେନେଜ ପୁନରୁଦ୍ଧାର ସହିତ ବ୍ରିଜ ନିର୍ମାଣ ହେବ। ଏହି ପ୍ରକଳ୍ପ ଦଶ ମାସ ମଧ୍ୟରେ ଶେଷ ହେବ ବୋଲି ବିଭାଗୀୟ ସର୍ବୋଚ୍ଚଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଥିଲେ।

 

- Advertisement -

ପୁରୀ ଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ରାୟଖଣ୍ଡି ପଞ୍ଚାୟତ ପାଳପୋଛି ନିକଟରେ ସେତୁ ନିର୍ମାଣ, ଭାର୍ଗବୀ-ରତ୍ନଚିରା ନଦୀର ଜଳନିଷ୍କାସନ ଓ ନୂଆଗାଁ ଡ୍ରେନେଜର ପୁନରୁଦ୍ଧାର କାର୍ଯ୍ୟର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ପାଇଁ ୩ କୋଟି ୬୫ ଲକ୍ଷ ୮୧ ହଜାର ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏହାଦ୍ବାରା ୬ ଟି ପଞ୍ଚାୟତର ୪ ହଜାର ଲୋକ ଉପକୃତ ହେବେ।
କାର୍ଯ୍ୟକ୍ରମରେ ମୁଖ୍ୟଯନ୍ତ୍ରୀ ବିକ୍ରମ କେଶରୀ ସ୍ବାଇଁ, ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ସ୍ବାଇଁଙ୍କ ସହିତ ନିର୍ବାହୀଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଜିଲାପରିଷଦ ସଭ୍ୟ ଧ୍ରୁବଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories