www.samajalive.in
Thursday, December 11, 2025
23.1 C
Bhubaneswar

ପ୍ଲାଏଉଡ ଗୋଦାମରେ ଜି.ଏସ.ଟି. ଏନଫୋର୍ସମେଣ୍ଟ ଟିମର ଚଢଉ

କଂଟାବାଞ୍ଜି : କଂଟାବାଞ୍ଜି ସହରର କୁରଲିଠାରେ ଥିବା ଭଗବତୀ ପ୍ଲାଏଉଡ ଗୋଦାମ ଏବଂ ମାତା ମନ୍ଦିର ଠାରେ ଥିବା ଦୋକାନରେ ଓ ପାଖରେ ଥିବା ଗୋଦାମ ଘର ରେ ଜିଏସଟିର ବଲାଙ୍ଗିର ନୂଆପଡାର ମିଳିତ ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢଉ କରାଯାଇଛି। ଭବାନୀପାଟଣା ଜିଏସଟି ଏନଫୋର୍ସମେଣ୍ଟ ମଣ୍ଡଳ ଅଧିନସ୍ଥ ନୂଆପଡା ଡେପୁଟି କମିଶନର ଏବଂ ବଲାଙ୍ଗୀର ଡେପୁଟି କମିଶନରଙ୍କ ନେତୃତ୍ୱରେ ଏକ ସାତଜଣିଆ ଟିମ୍ ଉଭୟ ସ୍ଥାନରେ ପୁଲିସ ଫୋର୍ସ ସହିତ ଚଢଉ କରି ଯାଂଚ ରଖିଥିବା ଡେପୁଟି କମିଶନର ସୂଚନା ଦେଇଛନ୍ତି।  ସଂପୃକ୍ତ ବ୍ୟବସାୟୀ ପୂର୍ବରୁ ଟିନ ନମ୍ବର ଓ ଜିଏସ୍ଟି ନମ୍ବରରେ ପୂର୍ବରୁ ଥିବା ସାଇକେଲ ହୋଲ ସେଲର କରୁଥିବା ବେଳେ, ଏବେ ପ୍ଲାଏଉଡ ବ୍ୟବସାୟ କରୁଛନ୍ତି।

ପ୍ରାପ୍ତ ସୂଚନା ମୁତାବକ ଜୈନିକ ଅନ୍ୟଜଣେ ପ୍ଲାଏଉଡ ବ୍ୟବାସାୟୀ ଧିରଜ ଅଗ୍ରୱାଲଙ୍କ ପୁଲିସ ପାଖରେ ଅଭିଯୋଗ କ୍ରମେ ଅଭିଯୋଗକୁ ଆଧାର କରି ଭବାନୀପଟଣା ମଣ୍ଡଳ ଜିଏସଟି ଯୁଗ୍ମ କମିଶନର ଏନଫୋର୍ସମେଣ୍ଟ ନୂଆପଡା ସର୍କଲ ଏବଂ ବଲାଙ୍ଗୀର ଏନଫୋର୍ସମେନ୍ଟ ସର୍କଲ ଅଧିକାରୀ ମାନଙ୍କୁ ନେଇ ଏକ ମିଳିତ ଟିମ୍ ଗଠନ କରିବା ପରେ ଆଜି ଭଗବତୀ ସାଇକେଲ ଷ୍ଟୋର ମାଲିକଙ୍କ କୁର୍ଲି ଏବଂ ମାତାମନ୍ଦିର ପ୍ଲାଏଉଡ ଗୋଦାମ ଏବଂ ଦୋକାନରେ ଅନ୍ୟାନ୍ୟ ସାମଗ୍ରୀର ଷ୍ଟକ ଯାଂଚ କଲାପରେ ସଂଧ୍ୟା ପର୍ଯ୍ୟନ୍ତ ଜୈନିକ ପ୍ଲାଏଉଡ ବ୍ୟବସାୟୀକ ବୟାନ ରେକର୍ଡ କରୁଥିବା ଜଣାପଡିଛି। ଏହି ଚଢଉରେ ଡେପୁଟୀ କମିଶନର ନୂଆପଡା ପ୍ରିୟବ୍ରତ ଗଡତିଆ, ଫକିର ମୋହନ ସତପଥୀ, ଡେପୁଟୀ କମିଶନର ବଲାଙ୍ଗୀର ସର୍କଲ ତଦନ୍ତକାରୀ ଅଫିସର ଆଶିଷ କୁମାର ସାହୁ ରାଜ୍ୟ କର ଅଧିକାରୀ ଦ୍ରବ୍ୟ ଏବଂ ସେବାକର ପ୍ରବର୍ତନ ନିର୍ଦ୍ଦେଶାଳୟ, ବଲାଙ୍ଗିର, ଶୋଭନ ଦାସ ଅତିରିକ୍ତ ରାଜ୍ୟକର ଅଧିକାରୀ ତଥା ଭବାନୀ ପଟେଲ, ଶରତ ସେଠ୍, ସୁନୀଳ କୁମାର ଖାଲକୋ, ଖିରୋଦ ମାଝୀ ଓ ଲକ୍ଷେରାମ ଶବର ଚଢଉରେ ସାମିଲ ଥିଲେ।

- Advertisement -

 

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories