www.samajalive.in
Friday, December 12, 2025
16.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ୭୧୫୭ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଇଛି ପରୀକ୍ଷା ଦର୍ପଣ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କରୋନା ମହାମାରୀ ଯୋଗୁଁ ଦୀର୍ଘ ମାସ ହେବ ସ୍କୁଲ ବନ୍ଦ ରହିଥିଲା। ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେତେବେଳେ ସ୍କୁଲ ବନ୍ଦର ନିଷ୍ପତି ନିଆଯାଇଥିଲା। ଜାନୁଆରୀ ମାସରୁ ମାଟ୍ରିକ ପିଲାଙ୍କ ଅଫ ଲାଇନରେ ପାଠପଢା ଆରମ୍ଭ ହୋଇଛି। କୋରନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ରହିଥିବାରୁ ପିଲାମାନେ ଘରେ ରହି ଅନ ଲାଇନରେ ପାଠପଡୁଥିଲେ। ସ୍ମାର୍ଟ ଫୋନ ଓ ନେଟୱାର୍କର ସମସ୍ୟା ଯୋଗୁଁ ବହୁ ପିଲା ଅନ ଲାଇନରେ ପାଠପଢାରୁ ବଞ୍ଚିତ ହେଉଥିଲେ। ଧିରେ ଧିରେ ସ୍ଥିତ ସାମାନ୍ୟ ହେବା ଫଳରେ ସରକାର ବିଦ୍ୟାଳୟ ଖୋଲିବା ନିଷ୍ପତି ନେଇଥିଲେ। ସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଉତ୍ତମ ଫଳାଫଳ ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପ୍ରଦାନ କରାଯାଉଛି। ଜିଲ୍ଲାରେ ୭୨ଟି ବିଦ୍ୟାଳୟର ୭୧୫୭ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତକ ପ୍ରଦାନ କରାଯାଇଛି। ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗକୁ ୭୫୬୦ଟି ଶିକ୍ଷା ଦର୍ପଣ ପୁସ୍ତକ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ୭୫ଟି ସରକାରୀ ଓ ଘରୋଇ ସ୍କୁଲର ୭୪୭୯ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ବିଦ୍ୟାଳୟର ୨୪୭ ଜଣ ପିଲାଙ୍କ ପାଖରେ ପରୀକ୍ଷା ଦର୍ପଣ ପହଞ୍ଚି ପାରିନାହିଁ। ସଂପୃକ୍ତ ବିଦ୍ୟାଳୟ ପକ୍ଷରୁ ଏହି ପୁସ୍ତକ ଗ୍ରହଣ କରିନଥିବା ଯୋଗୁଁ ପିଲାମାନେ ପୁସ୍ତକ ପାଇ ପାରିନଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories