www.samajalive.in
Thursday, December 11, 2025
15.1 C
Bhubaneswar

କୃଷକ ସୂଚନା କେନ୍ଦ୍ର ଉଦ୍‍ଘାଟନ ବିବାଦ ମାମଲା : ନ୍ୟାୟ ପାଇଁ ଏସ୍‍ପିଙ୍କୁ ଭେଟିଲା ବିଜେପି ଟିମ

ନବରଙ୍ଗପୁର : ଗତ ୨ ତାରିଖ ନିୟନ୍ତ୍ରୀତ ବଜାର କମିଟିର କୃଷକ ସୂଚନାକେନ୍ଦ୍ର ଉଦ୍‍ଘାଟନ ସନ୍ଧ୍ୟାରେ ଧାରଣାରତ କୃଷକ , ମହିଳା ଓ  ବିଜେପି ନେତାଙ୍କୁ ଠେଲାପେଲା କରି ଦଳିଚକଟି ଉପରକୁ ମାଡି ଯାଇ ରାଜ୍ୟଯୋଜାନାବୋର୍ଡର ଉପାଧ୍ୟକ୍ଷ  ସଞୟ ଦାଶବର୍ମା ଓ ଯାଜପୁର ବିଧାୟକ ତଥା ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଉଦ୍‍ଘାଟନ କରିଥିବା ଅଭିଯୋଗ କରାଯାଇଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏହାପରେ ରାତ୍ରରେ ବିଜେପି ନେତା ଗୌରୀଶଙ୍କର ମାଝୀ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ।  ତେବେ ୩ଦିନ ବିତିଯାଇଥିଲେ ମଧ୍ୟ ଏହାର ଏଫଆଇଆର ପଞ୍ଜିକରଣ କରାଯାଇ ତାର ନକଲ ଦିଆଯାଇନଥିବାବେଳେ କୌଣସି ତଦନ୍ତ କରାଯାଇନଥିବା ଦର୍ଶାଇ ଶୁକ୍ରବାରଦିନ ବିଜେପିର ଏକ ପ୍ରତିନିଧିଦଳ ଜିଲା ପୁଲିସ କାର୍ଯ୍ୟାଳୟକୁ ଯାଇ ଏସ୍‍ପି ପ୍ରହଲ୍ଳାଦସାଏ ମୀନାଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରାଯାଇଛି।

ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଜେପି ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ଏସପିଙ୍କର ସହିତ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହାପରେ ଗୈାରୀ ଶଙ୍କର ମାଝୀ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅତିରିକ୍ତ ଏସ୍‍ପି ସିଏଚ.ହୃଦାନନ୍ଦ ଏହାକୁ ଗ୍ରହଣ କରି ଏହାର ଏକପ୍ରାପ୍ତି ସ୍ୱୀକାର କରିଥିଲେ। ଏଥିରେ  ଘଟଣା ସଂପର୍କରେ ସବିଶେଷ ଉଲ୍ଲେଖ କରାଯିବା ସହ ଶାନ୍ତିଶୃଙ୍ଖଳାରେ ବସିଥିବା ଅନୁସୂଚୀତଜାତି, ଜନଜାତି, ପଛୁଆବର୍ଗ ଓ ସାଧାରଣ ବର୍ଗର ଚାଷୀ ଓ ମହିଳାଙ୍କର ଉପରେ ଦଳା ଚକଟାକରି ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଦାଶ ବର୍ମା  ଓ ବିଧାୟକ ଶ୍ରୀ ଦାସ ସୂଚନାକେନ୍ଦ୍ରର ଉଦ୍‍ଘାଟନ କରିଥିଲେ। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ଶାସକ ବିଜେଡିର ଶତାଧିକ ନେତାକର୍ମୀ ଦଳୀୟ ପତାକା ଧରି ସେଠାରେ ଉପସ୍ଥିତ ରହି ପାଟିଗୁଣ୍ଡ ଓ ଗାଳି ଗୁଳଜ କରିଥିଲେ। ଏସଂପକରେ ଗତ ୨ ତାରିଖ ରାତ୍ରରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହା ପଞ୍ଜିକୃତ ହୋଇନଥିବା ଅଭିଯୋଗ କରି କହିଥିଲେ। ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଦାଶବର୍ମା ଓ ବିଧାୟକ ଶ୍ରୀଦାସ ଙ୍କର ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୨୩, ୩୩୨, ୩୫୪, ୪୦୬ ଓ ଏସଟିଏସସି ଉତ୍ପୀଡନ ନିରୋଧକ ଅଧିନିୟମଧାରା ୩୨(ଭି )ଅନୁସାରେ ମାମଲା ରୁଜୁ କରି ଦଣ୍ଡିତ କରିବାକୁ ଅନୁରୋଧ କରାଯାଇଛି। ଥାନାରେ ଦେଇଥିବା ଏଫଆଇଆରର ପଞ୍ଜିକରଣ କରି ଏହାର ନକଲ ପ୍ରଦାନ ସହ ଅଭିଯୁକ୍ତଙ୍କର  ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ,ନଚେତ ଏସଟି କମିଶନ, ମହିଳା କମିଶନ ଓ ଅଦାଲତର ଦ୍ୱାରସ୍ଥ ହେବାକୁବାଧ୍ୟ ହେବେ ବୋଲି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ଲିଖିତ ଭାବେ ଜଣାଇଛନ୍ତି। ଅପରପକ୍ଷରେ ଏସପି ଶ୍ରୀ ମୀନା କହିଥିଲେ ଏହି ଘଟଣାର ତଦନ୍ତ ପାଇଁ ଏସଡିପିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ତେବେ ଏଫଆଇଆର ପଞ୍ଜିକୃତ କରାଯାଇନଥିବା ସଂପର୍କରେ ସେ କୌଣସି ମତ ଦେଇନଥିଲେ।  ଅନ୍ୟମାନଙ୍କର ମଧ୍ୟରେ ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲା ସଭାପତି ରମେଶ ଚନ୍ଦ୍ର ସାହୁ, ଜିଲା ବିଜେପି ଉପସଭାପତି ସତ୍ୟବାଦୀ ଷଡଙ୍ଗୀ ଓ  ସୁରେନ୍ଦ୍ର କୁମାର ବିଷୋୟୀ, ଜିଲା ସମ୍ପାଦକ ମନୋଜ ମହାଙ୍କୁଡ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠାଦେଓ,ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ଓ ସଞ୍ଜୀବ ନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories