www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଆ ସିନେମା ‘ଲୋକାଲ ଟୋକା,ଲଭ୍‍ ଚୋଖା’ର କ୍ୟାସେଟ୍‍ ଉନ୍ମୋଚନ

କଟକ : ଓମ୍‍ସାଇ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା,ଲଭ୍‍ ଚୋଖା’ ଅଡିଓ କ୍ୟାସେଟ୍‍ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଦୁର୍ଗା ଆଇନକ୍ସ ମଲ୍‍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ସହିତ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର ଯୋଗଦେଇଥିଲେ। ନାୟକ ବାବୁ ସାନ୍‍, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଡି.ପି ଖଣ୍ଡେଲୱାଲ, ସଗୀତକାର ବୈଦ୍ୟନାଥ ଦାଶ, ଗୀତିକାର ତଥା ସଂଳାପକାର ଡଃ ନିର୍ମଳ ନାୟକ, କଣ୍ଠଶିଳ୍ପୀ କୌଶିକ୍‍ ଓ ଅଭିନେତା ଜୟ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ଗୀତକୁ କଣ୍ଠଶିଳ୍ପୀ ବାବୁ ସାନ୍‍ ଗାଇବାରୁ ତାହା ଯୁବପିଢ଼ିକୁ ବେଶ୍‍ ଆକର୍ଷିତ କରିଥିଲା। ଭିନ୍ନ ଏକ ସ୍ୱାନର ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଆସନ୍ତା ସପ୍ତାହରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଏଥିରେ ସ୍ଥାନ ପାଇଥିବା ୫ଟି ଗୀତ ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚିତ ରୂପେ ଆକର୍ଷିକ କରିବ ବୋଲି ନିର୍ଦେଶକ ସୁଧାଂଶୁ ମୋହନ ସାହୁ କହିଥିଲେ। ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ମହିରି ଦାସ, ଅପରାଜିତା, ପ୍ରଦ୍ୟୁମ୍ନ, ପୁଷ୍ପା ପଣ୍ଡା ଓ ଅସିତ୍‍ ପତି ନଜରରେ ଆସିବେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories