www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ସଚିନ ବନାମ କୋହଲି ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ : ବର୍ମିଂହାମ୍‍ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକା ୨୦୦ ରନ୍‍ କରିଥିବା ବେଳେ ଅନ୍ୟ ସମସ୍ତ ଖେଳାଳି ମିଳିତ ଭାବେ ୨୧୨ ରନ୍‍ କରିଥିଲେ। ଭାରତ ଏହି ମ୍ୟାଚ୍‍ରେ ପରାସ୍ତ ହୋଇଥିବା ବେଳେ କୋହଲିଙ୍କ ଏପରି ପ୍ରଦର୍ଶନ ସେ ଓ ଦଳର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଫରକ୍‍ ଥିବା ପ୍ରମାଣିତ କରୁଛି। ବିଦେଶରେ ଖେଳା ଯାଉଥିବା ଟେଷ୍ଟମ୍ୟାଚ୍‍ରେ ଗତ କିଛିବର୍ଷ ହେଲା ଏହି ଧାରା ଦେଖିବାକୁ ମିଳିଛି। ଚଳିତବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ମାଟିରେ ଘରୋଇ ଦଳ ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍‍ରେ ଏହା ଦେଖିବାକୁ ମିଳିଥିଲା। ବିରାଟ କୋହଲି ତାଙ୍କ ପ୍ରଦର୍ଶନ ଜରିଆରେ ଅନ୍ୟ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ପଛରେ ପକାଇ ଦେଇଥିଲେ। ୯୦ ଦଶକରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଥିଲା। ବିଦେଶରେ ସଚିନ ତେନ୍ଦୁଲକର ଚମତ୍କାର ବ୍ୟାଟିଂ କରୁଥିବା ବେଳେ ଅନ୍ୟମାନେ ପଛରେ ପଡ଼ି ଯାଇଥିଲେ। ତେଣୁ ସଚିନ ତେନ୍ଦୁଲକର ବନାମ ବିରାଟ କୋହଲି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି।
ବର୍ମିଂହାମ୍‍ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ତାଲିକାରେ କୋହଲି ୧ନଂ ମାନ୍ୟତା ହାସଲ କରିଛନ୍ତି। ଏପରି କୃତିତ୍ୱ ହାସଲ କରିବାରେ କୋହଲି ୭ମ ଭାରତୀୟ। ତେବେ ୯୩୪ ପଏଣ୍ଟ ସହ ଭାରତୀୟଙ୍କ ମଧ୍ୟରେ କୋହଲି ସର୍ବାଧିକ ପଏଣ୍ଟ ପାଇବାର କୃତିତ୍ୱ ହାସଲ କରିଛନ୍ତି। ତେଣୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ସଚିନ ତେନ୍ଦୁଲକରଙ୍କ ତୁଳନାରେ ବିରାଟ କୋହଲି ଭଲ ବ୍ୟାଟ୍‍ସମ୍ୟାନ୍‍। ଅଦ୍ୟାବଧି ବିରାଟ କୋହଲି ୬୭ଟି ଟେଷ୍ଟମ୍ୟାଚ୍‍ ଖେଳିଛନ୍ତି। ଆସନ୍ତୁ ୬୭ ଟେଷ୍ଟମ୍ୟାଚ୍‍ ପରେ ସଚିନ ଓ କୋହଲିଙ୍କ ପ୍ରଦର୍ଶନର ତୁଳନା କରିବା। ୬୭ ଟେଷ୍ଟରୁ ସଚିନ ୫୧୬୭ ରନ୍‍ କରିଥିବା ବେଳେ କୋହଲି ୫୭୫୪ ରନ୍‍ କରିଛନ୍ତି। ସଚିନ ୧୮ଟି ଶତକ ହାସଲ କରିଥିବା ବେଳେ କୋହଲିଙ୍କ ଶତକ ସଂଖ୍ୟା ୨୨। ପୁଣି ସଚିନଙ୍କ ସର୍ବାଧିକ ସ୍କୋର ୧୭୭ ଥିବା ବେଳେ କୋହଲି ୨୪୩ ରନ୍‍ ସର୍ବାଧିକ ସ୍କୋର୍‍ କରିଛନ୍ତି। ଆସନ୍ତୁ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡରେ ଉଭୟ ଖେଳାଳିଙ୍କ ଟେଷ୍ଟ ପ୍ରଦର୍ଶନ ଉପରେ ନଜର ପକାଇବା। ୧୯୯୧ ନଭେମ୍ବରରୁ ୨୦୦୧ ଡିସେମ୍ବର ମଧ୍ୟରେ ଉପରୋକ୍ତ ୪ଟି ଦେଶରେ ସଚିନ ୨୩ଟି ଟେଷ୍ଟମ୍ୟାଚ୍‍ ଖେଳି ୧୯୯୧ ରନ୍‍ କରିଥିଲେ। ତାଙ୍କ ଆଭ୍‍ରେଜ୍‍ ୫୨.୩୯ ଥିବା ବେଳେ ସେ ୯ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦଳର ସ୍କୋର୍‍ର ୨୦.୨ ପ୍ରତିଶତ ଯୋଗଦାନ ଥିଲା ସଚିନଙ୍କର। ୨୦୧୩ ଡିସେମ୍ବରରୁ ଅଦ୍ୟାବଧି କୋହଲି ଉପରୋକ୍ତ ୪ଟି ଦେଶରେ ୧୭ଟି ଟେଷ୍ଟମ୍ୟାଚ୍‍ ଖେଳି ୧୭୯୮ ରନ୍‍ କରିଥିବା ବେଳେ ତାଙ୍କ ଆଭ୍‍ରେଜ୍‍ (ସଚିନଙ୍କଠାରୁ ଭଲ) ୫୪.୪୮। ଏହି ୧୭ଟି ଟେଷ୍ଟରୁ କୋହଲି ୮ଟି ଶତକ ଓ ୫ଟି ଅର୍ଦ୍ଧଶତକ ମାରିଛନ୍ତି। ସଚିନଙ୍କ ସହ ସମାନ ଦଳର ସ୍କୋର୍‍ର ୨୦.୨ ପ୍ରତିଶତ ରନ୍‍ କୋହଲି କରିଛନ୍ତି। ତେବେ ଫଳାଫଳ ଅନୁସାରେ କୋହଲି ଆଗରେ ରହିଛନ୍ତି। କୋହଲି ଖେଳିଥିବା ଉପରୋକ୍ତ ୧୭ଟି ଟେଷ୍ଟରୁ ଭାରତ ୨ଟି ଜିତିଥିବା ବେଳେ ୧୦ଟି ହାରିଛି। ତେବେ ସଚିନ ଖେଳିଥିବା ଉପରୋକ୍ତ ୨୩ଟି ଟେଷ୍ଟରୁ ଭାରତ ୧୩ଟି ହାରିଥିବା ବେଳେ ଗୋଟିଏ ବି ଜିତିନାହିଁ। ତେବେ ନିୟମିତତାରେ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ସଚିନ। ସଚିନ ବିଦେଶରେ ୭ଟି ସିରିଜ୍‍ରେ ଉପରୋକ୍ତ ୨୩ଟି ଟେଷ୍ଟ ଖେଳିଥିଲେ। ଏହି ୭ଟି ସିରିଜ୍‍ରେ ସଚିନଙ୍କ ସର୍ବନିମ୍ନ ଆଭ୍‍ରେଜ୍‍ ହେଉଛି ୩୩.୬୬ ଏବଂ ସର୍ବାଧିକ ଆଭ୍‍ରେଜ୍‍ ହେଉଛି ୭୫.୬୬। କୋହଲିଙ୍କ ଉପରୋକ୍ତ ୧୭ଟି ଟେଷ୍ଟରେ ତାଙ୍କ ଆଭ୍‍ରେଜ୍‍ ୫୪.୪୮ ଥିବା ବେଳେ ଦଳର ଅନ୍ୟ ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ଙ୍କ ଆଭ୍‍ରେଜ୍‍ ହେଉଛି ୨୮.୧୩। ତେବେ ୨୦୧୪ ଇଂଲଣ୍ଡ ଗସ୍ତରେ କୋହଲିଙ୍କ ଟେଷ୍ଟ ଆଭ୍‍ରେଜ୍‍ ଥିଲା ୧୩.୪।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories