କଟକ : ଓମ୍ସାଇ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା,ଲଭ୍ ଚୋଖା’ ଅଡିଓ କ୍ୟାସେଟ୍ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଦୁର୍ଗା ଆଇନକ୍ସ ମଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ସହିତ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର ଯୋଗଦେଇଥିଲେ। ନାୟକ ବାବୁ ସାନ୍, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଡି.ପି ଖଣ୍ଡେଲୱାଲ, ସଗୀତକାର ବୈଦ୍ୟନାଥ ଦାଶ, ଗୀତିକାର ତଥା ସଂଳାପକାର ଡଃ ନିର୍ମଳ ନାୟକ, କଣ୍ଠଶିଳ୍ପୀ କୌଶିକ୍ ଓ ଅଭିନେତା ଜୟ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ଗୀତକୁ କଣ୍ଠଶିଳ୍ପୀ ବାବୁ ସାନ୍ ଗାଇବାରୁ ତାହା ଯୁବପିଢ଼ିକୁ ବେଶ୍ ଆକର୍ଷିତ କରିଥିଲା। ଭିନ୍ନ ଏକ ସ୍ୱାନର ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଆସନ୍ତା ସପ୍ତାହରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଏଥିରେ ସ୍ଥାନ ପାଇଥିବା ୫ଟି ଗୀତ ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚିତ ରୂପେ ଆକର୍ଷିକ କରିବ ବୋଲି ନିର୍ଦେଶକ ସୁଧାଂଶୁ ମୋହନ ସାହୁ କହିଥିଲେ। ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ମହିରି ଦାସ, ଅପରାଜିତା, ପ୍ରଦ୍ୟୁମ୍ନ, ପୁଷ୍ପା ପଣ୍ଡା ଓ ଅସିତ୍ ପତି ନଜରରେ ଆସିବେ।
Popular Categories



