www.samajalive.in
Sunday, December 7, 2025
26.1 C
Bhubaneswar

ସେଣ୍ଟ୍ରାଲ୍‍ ଭିସ୍ତା ଏଭିନ୍ୟୁର ହେବ ଉନ୍ନତିକରଣ

କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ ସେଣ୍ଟ୍ରାଲ୍‍ ଭିସ୍ତା ଏଭିନ୍ୟୁର ଭୂମି ପୂଜନ କରିଛନ୍ତି। ନର୍ଥ ଏବଂ ସାଉଥ୍‍ ବ୍ଲକ୍‍ଠାରୁ ଇଣ୍ଡିଆ ଗେଟ୍‍ ପର୍ଯ୍ୟନ୍ତ ରାଜପଥ, କେନାଲ୍‍, ଚଲାପଥ, ବିଜୟଚୌକ୍‍ ଏବଂ ଇଣ୍ଡିଆ ଗେଟ୍‍ ପ୍ଲାଜା ଏଥିରେ ଅନ୍ତର୍ଭୁକ୍ତ। ସେହି ଅଞ୍ଚଳରେ ସ୍ୱାଧୀନତା ପରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇ ସାଧାରଣ ଲୋକଙ୍କ ଯିବା ଆସିବା ନିମନ୍ତେ ବିଭିନ୍ନ ସମୟରେ ସୁବିଧା କରାଯାଇଛି। ସେହି ସ୍ଥାନର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ କରି ଅଧିକ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଏହି ଭୂମି ପୂଜନ କରାଯାଇଛି। ଏଥିପାଇଁ ୬୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ସମ୍ପୃକ୍ତ ସ୍ଥାନର ୩ ଲକ୍ଷ ୫୦ ହଜାର ବର୍ଗ ମିଟର ଅଞ୍ଚଳକୁ ସମ୍ପ୍ରସାରଣ କରାଯାଇ ୩ ଲକ୍ଷ ୯୦ ହଜାର ବର୍ଗ ମିଟରକୁ ବୃଦ୍ଧି କରାଯାଇଥିବା ବେଳେ ବଜାର ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ସୁବିଧା କରାଯାଇଛି।

- Advertisement -

ଏବେ ସେଠାରେ ଦର୍ଶକମାନଙ୍କ ପାଇଁ ୧୦ଟି ରହଣୀ ସ୍ଥଳ ନିର୍ମାଣ ସହ ୧୨ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ। ଏଥି ସହିତ ଜଳ ସଂରକ୍ଷଣ ବ୍ୟବସ୍ଥା ସମେତ ପରିବେଶ ପ୍ରଦୂଷଣ ନ ହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories