www.samajalive.in
Monday, December 15, 2025
24.1 C
Bhubaneswar

କୃଷକ ଆନ୍ଦୋଳନ ସହ ଜଡ଼ିତ ୨୫୦ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ସହିତ ଜଡ଼ିତ ୨୫୦ ଟ୍ବିଟ୍‌ ଏବଂ ଟ୍ବିଟର ଆକାଉଣ୍ଟକୁ କେନ୍ଦ୍ର ସରକାର ସସ୍‌ପେଣ୍ଡ କରିଦେଇଛନ୍ତି। ଏହି ଆକାଉଣ୍ଟଗୁଡ଼ିକରେ ମିଥ୍ୟା ଏବଂ ଉତ୍ତେଜନା ସୃଷ୍ଟିକାରୀ ଟ୍ବିଟ୍‌ ଓ ହାସଟ୍ୟାଗ୍‌ ପୋଷ୍ଟ କରାଯାଉଥିବା ଅଭିଯୋଗରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି। ସରକାରଙ୍କ ପକ୍ଷରୁ ଏ ନେଇ ନୋଟିସ  ଜାରି କରାଯିବା ପରେ ଟ୍ବିଟର ପକ୍ଷରୁ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରିଦିଆଯାଇଛି। ଏସବୁ ଆକାଉଣ୍ଟରୁ #modiplanningfarmergenocide ନାମରେ ହାସଟ୍ୟାଗ ଥାଇ ଟ୍ବିଟ୍‌ ପୋଷ୍ଟ କରାଯାଉଥିଲା। ଏହାର ଅର୍ଥ ହେଉଛି ମୋଦୀ ସରକାର କୃଷକମାନଙ୍କର ଜନସଂହାର ପାଇଁ ପ୍ରସ୍ତୁତି କରୁଛି।

ଏଭଳି ଅଭିଯୋଗ ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଏସବୁ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ସରକାରଙ୍କୁ ଅପିଲ କରିଥିଲେ। ଏହା ପରେ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା। ଅପିଲରେ କୁହାଯାଇଥିଲା ଯେ ଆନ୍ଦୋଳନ ସମୟରେ ଏହିସବୁ ଟ୍ବିଟ୍‌ ଏବଂ ହାସଟ୍ୟାଗ୍‌ ଆକାଉଣ୍ଟ ସମସ୍ୟା ସୃଷ୍ଟି କରିପାରେ। ସସ୍‌ପେଣ୍ଡ କରାଯାଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ କୃଷକ ଏକତା ମଞ୍ଚ, ଦ କାରୱାନ, ମାନିକ ଗୋୟଲ, ଟ୍ରାକ୍ଟରଟୁଟ୍ବିଟର ଏବଂ ଜାଟ୍‌_ଜଙ୍କସନ ଭଳି ଆକାଉଣ୍ଟ ଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories