www.samajalive.in
Sunday, December 14, 2025
26.1 C
Bhubaneswar

ପଡ଼ିବନି ପେଟ୍ରୋଲ୍‌ ଡିଜେଲ୍‌ ସେସ୍‌ ବୋଝ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍‌ ଉପରେ କୃଷି ସେସ୍‌ ଲାଗୁ ପ୍ରସଙ୍ଗରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବର୍ତ୍ତମାନ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କୃଷି ସେସ୍‌ ବଢ଼ିଥିଲେ ମଧ୍ୟ ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ ନାହିଁ। ଲାଗୁ ହୋଇଥିବା କୃଷି ସେସ୍‌ ଉପଭୋକ୍ତାଙ୍କ ପାଇଁ ନୁହେଁ, ଏହି ବର୍ଦ୍ଧିତ ସେସ୍‌ କମ୍ପାନୀ ବହନ କରିବେ। କୃ​‌ଷି ସେସ୍‌ ଲାଗୁ ସହ ଆମଦାନୀ ଶୁଳ୍କ ହ୍ରାସ କରି କରାଯାଇଛି।

ଅର୍ଥ ମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଥିବା ଜଣାପଡ଼ିଥିଲା। ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲଗାଯାଇଛି। ସେହିଭଳି ଡିଜେଲ ଉପରେ ୪ ଟଙ୍କାର କୃଷି ସେସ ଲାଗୁ ହୋଇଛି ବୋଲି ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ। ତେବେ କୃଷିସେସ ଲଗାଇବା ପରେ ଉତ୍ପାଦନ ଶୁଳ୍କକୁ କମାଇଛନ୍ତି ସରକାର। ତେଣୁ ଉପଭୋକ୍ତାଙ୍କ ଉପରେ ଏହାର ତତ୍କାଳ ପ୍ରଭାବ ପଡିବ ନାହିଁ । ବର୍ତ୍ତମାନ ପାଇଁ କୌଣସି ବୋଝ ପଡିବନାହିଁ । ତେବେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କୃଷି ସେସ୍‌ ଲାଗୁ କରାଯିବା ଦ୍ବାରା ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇପାରେ ବୋଲି ଚର୍ଚ୍ଚା ହୋଇଥିଲା।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories