www.samajalive.in
Sunday, December 7, 2025
14.1 C
Bhubaneswar

ଓଟିଇଟି ସାର୍ଟିଫିକେଟ ଜାଲିଆତି ଘଟଣା ; ବହିଷ୍କୃତ ୪୦ ଶିକ୍ଷକଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଓଟିଇଟି ସାର୍ଟିଫିକେଟ ଜାଲିଆତି ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୪୦ ଜଣ ଗଣ ଶିକ୍ଷକଙ୍କୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ସରକାରୀ ନିୟମ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି। ସେପଟେ ଏହି ଜାଲିଆତି ଘଟଣାରେ ସଂପୃକ୍ତ ଶିକ୍ଷକମାନେ ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଚାଲେଂଜ କରି କୋର୍ଟର ଦ୍ୱାରାସ୍ଥ ହେବାକୁ ଯାଉଥିବା ଜଣାପଡିଛି। ସଂପୃକ୍ତ ଶିକ୍ଷକମାନଙ୍କ ପାଖରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ବହିଷ୍କୃତ ନିର୍ଦ୍ଦେଶନାମା ପହଂଚି ପାରିନଥିବା ଜଣାପଡିଛି। ଯେଉଁ ୪୦ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲିଆତି ହୋଇଥିବା ଜଣାପଡିଥିଲା ସେମାନଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକରୁ ୨୨ ଜଣ ବୈାଦ୍ଧବ୍ଲକରୁ ୯ ଜଣ ଓ କଣ୍ଟାମାଳ ବ୍ଲକରୁ ୯ ଜଣଙ୍କ ଓଟିଇଟି ସାର୍ଟିଫିକେଟ ଜାଲିଆତି ହୋଇଥିବା ଜଣାପଡିଥିଲା। ଜିଲ୍ଲାରେ ଓଟିଇଟି ସାର୍ଟିଫିକେଟ ଜାଲିଆତି ଘଟଣା ପଦାକୁ ଆସିବା ପରେ ଜିଲ୍ଲାରେ ଥିବା ଏହି ଜାଲିଆତି ଓଟିଇଟି ସାର୍ଟିଫିକେଟ କେଉଁଠୁ ଆସିଲା ତାହାର ତଦନ୍ତ ଆବଶ୍ୟକତା ରହିଛି। ଏହି ଘଟଣାରେ ଜିଲ୍ଲାର କେଉଁମାନେ ଓ ଜିଲ୍ଲା ବାହାରର କେଉଁମାନେ ସଂପୃକ୍ତ ରହିଛନ୍ତି ତାହାକୁ ଖୋଜି ବାହାର କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମତପ୍ରକାଶ ପାଉଛି।

ଓଟିଇଟି ଭଳି ଜିଲ୍ଲାରେ ଥିବା ବିଇଡି ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଂଚ କରାଯିବାକୁ ଦାବି ହେଉଛି। ଜିଲ୍ଲାରେ ଶିକ୍ଷା ବିଭାଗ ପକ୍ଷରୁ ୮୫ ଜଣ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ଯାଂଚ ପାଇଁ ବୋର୍ଡକୁ ପଠାଯାଇଥିଲା। ଯାଂଚ ପରେ ୪୦ ଜଣଙ୍କ ସାର୍ଟିଫିକେଟ ଜାଲିଆତି ହୋଇଥିବା ଜଣାପଡିଥିଲା। ଏ ନେଇ ଡି.ପି.ସି କାର୍ଯ୍ୟାଳୟ ପକ୍ଷରୁ ଗତ ନଭେମ୍ବର ମାସରେ ସଂପୃକ୍ତ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହିତ ୩୦ଦିନ ଭିତରେ ଓ.ଟି.ଇ.ଟି ସାର୍ଟିଫିକେଟର ଅସଲି ପ୍ରମାଣପତ୍ର ନଦେଲେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା। ଇତି ମଧ୍ୟରେ ୩୦ ଦିନ ବିତିଯାଇଥିବାବେଳେ ଏହି ଘଟଣାରେ ଏବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୪୦ ଜଣ ଓଟିଇଟି ଗଣ ଶିକ୍ଷକଙ୍କୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ, ସରକାର ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବାସହ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ମାପିବା ପାଇଁ ଗତ ୨୦୧୧ରେ ଓ.ଟି.ଇଟି କୁ ବାଧ୍ୟତାମୂଳକ ଭାବେ ଲାଗୁ କରିଥିବାବେଳେ ଶିକ୍ଷକମାନଙ୍କ ଦ୍ୱାରା ସାର୍ଟିଫିକେଟ ଜାଲିଆତି ଭଳି ଘଟଣା ଜିଲ୍ଲା ଶିକ୍ଷା ବିଭାଗର ନିଷ୍ଠା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲାରେ ଆହୁରି ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ କରୁଥିବା ନେଇ ଅଭିଯୋଗ ହେଉଥିବାବେଳେ ଏହାକୁ ସମ୍ବେଦନଶୀଳ ଘଟଣା ଭାବରେ ଗ୍ରହଣ କରି ଜିଲ୍ଳାପ୍ରଶାସନ ପକ୍ଷରୁ କଡାକଡି ଭାବରେ ଯାଂଚ କରି ଏହି ମାମଲାରେ ସଂପୃକ୍ତ ଥିବା ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତପ୍ରକାଶ ପାଉଅଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories