www.samajalive.in
Monday, December 15, 2025
16.1 C
Bhubaneswar

ବନ୍ଧୁତ୍ୱ , ସବୁ ସମ୍ପର୍କଠାରୁ ଶୀର୍ଷରେ ଥାଏ!

ଦୁନିଆରେ ବନ୍ଧୁତ୍ୱ ସବୁଠାରୁ ମୂଲ୍ୟବାନ ସମ୍ପର୍କ , ତାହା କେବଳ ଏମିତି କୁହାଯାଇ ନାହିଁ। ଏହି ସମ୍ପର୍କ କେବେ ବି ମଉଳି ଯାଏ ନାହିଁ। ବନ୍ଧୁତ୍ୱ ସବୁ ସମୟରେ ଜୀବନରେ ଏକ ଅଦ୍ଭୁତ ପ୍ରକାର ବାସ୍ନା ଭରି ଦେଇଥାଏ। ବନ୍ଧୁତାରେ କେବେ ରାଗ ତ କେବେ ଭଲ ପାଇବା ଦେଖା ଦେଇଥାଏ।  ଯେତେ ଯାହା ହେଲେ ମଧ୍ୟ ବନ୍ଧୁତ୍ୱ ଆଗରେ ସବୁ ସମ୍ପର୍କ ଫିକା ଲାଗିଥାଏ । ଅକୁହା କଥାକୁ ଆମେ ବନ୍ଧୁଙ୍କ ଆଗରେ ପ୍ରକାଶ କରିଥାଉ । ଆଜିର ସମାଜରେ ବନ୍ଧୁ ତ ସମସ୍ତଙ୍କୁ କରି ହୁଏ କିନ୍ତୁ ଜୀବନରେ ଜଣେ ପ୍ରକୃତ ବନ୍ଧୁ ସବୁ ସମୟରେ ଆମ ସାଥିରେ ଶେଷ ପର୍ଯ୍ୟନ୍ତ ରହିଥାଏ । ବନ୍ଧୁ ପାଖରେ ଥାଆନ୍ତୁ କି ଦୂରରେ ଥାଆନ୍ତୁ ତାହା କୌଣସି ପ୍ରଭାବ ପକାଇ ନଥାଏ । ସବୁ ସମୟରେ ଆମ ହାତ ଧରି ବନ୍ଧୁ ଠିକ ବାଟ ଦେଖାଇଥାଏ । ବନ୍ଧୁତ୍ୱ କାହିଁ କେତେ କାଳରୁ ସୃଷ୍ଟି ହୋଇଥିବା ଏକ ମଧୁର ସମ୍ପର୍କ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ମଧୁର ସମ୍ପର୍କକୁ ନେଇ ଆମେ ସମସ୍ତେ ସୁଖ ଓ ଦୁଃଖ ଉଭୟ ସମୟରେ ବଞ୍ଚିଥାଉ। ବାଲ୍ୟ କାଳରୁ ଆରମ୍ଭ କରି ବୃଦ୍ଧ କାଳ ପର୍ଯ୍ୟନ୍ତ ସବୁ ସମୟରେ ଜଣେ ପ୍ରକୃତ ବନ୍ଧୁ ଆମ ସହ ରହିଥାଏ।

ଆଜିର ସମାଜରେ ସବୁ ବର୍ଗର ବ୍ୟକ୍ତି ଏବଂ ପିଲାମାନେ ନିଜ ବନ୍ଧୁଙ୍କ ନିମନ୍ତେ ଅନେକ କିଛି କରୁଛନ୍ତି ।ଅନେକ ଦିବସ ପାଳନ କରୁଛନ୍ତି । ଅଗଷ୍ଟ ମାସର ପ୍ରଥମ  ରବିବାରରେ ବନ୍ଧୁତ୍ୱ ଦିବସ ପଡୁଛି । ଏଥିପାଇଁ ଅନେକ ଦିନ ପୂର୍ବରୁ ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି । ନିଜ ବନ୍ଧୁଙ୍କ ପାଇଁ କ’ଣ କରିବେ କିପରି କରିବେ ତାହା ପାଇଁ ଏକ ଖୁବ୍‍ ସୁନ୍ଦର ଯୋଜନା ମଧ୍ୟ କରିଛନ୍ତି । ସ୍କୁଲ ଓ କଲେଜ ପଢୁଆ ପୀଢିମାନେ ନିଜ ବନ୍ଧୁଙ୍କ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି, କାର୍ଡ ଓ ଫୁଲ ଦେଇ ବନ୍ଧୁତ୍ୱ ଦିବସ ପାଳନ କରୁଛନ୍ତି । ଅନେକ ବ୍ୟକ୍ତି ନିଜ ବନ୍ଧୁଙ୍କ ପାଇଁ କିଛି ଖାସ୍‍ କରିବାକୁ ଚେଷ୍ଟା କରିଥାନ୍ତି। ବନ୍ଧୁତ୍ୱ ଦିବସରେ ସାଙ୍ଗସାଥୀଙ୍କ ସହ ବୁଲି କିଛି ମିଠା କଥା ଓ ସ୍ମୃତିକୁ ଅଭୁଲା କରିବାକୁ ଚାହିଁଥାନ୍ତି। ନିଜର ବ୍ୟସ୍ତବହୁଳ ଜୀବନରେ ନିଜ ବନ୍ଧୁଙ୍କ ପାଇଁ ଏହି ଗୋଟିଏ ଦିନ ସମୟ ବାହାର କରି କିଛି କରିବାକୁ ଚେଷ୍ଟା କରି ସେଥିରେ ସଫଳ ହୋଇଥାନ୍ତି। ବନ୍ଧୁତାରେ ଏକ ଛୋଟ ଚକୋଲେଟ ଦେଲେ ମଧ୍ୟ ଏହା ଖୁବ୍‍ ଖୁସି ଲାଗେ। ଏକ ଛୋଟ ଉପହାର ଦ୍ୱାରା ମଧ୍ୟ ଏହି ଦିନକୁ ପାଳନ କରି ପାରିବା।

- Advertisement -

ବନ୍ଧୁ ପିଲା ବେଳର ହେଉ କି କଲେଜ ବେଳର ବନ୍ଧୁ ହେଉ ତାହା ଜୀବନରେ କୌଣସି ପ୍ରଭାବ ପକାଇ ନଥାଏ। ଜୀବନର ପ୍ରତିଟି ମୂହୂର୍ତ୍ତରେ ବନ୍ଧୁ ଏକ ଅଲଗା ପ୍ରକାର ଅନୁଭବ ଦେଇଥାଏ। ଆଜିର ସମୟରେ ବନ୍ଧୁତ୍ୱ ଦିବସରେ ସାଙ୍ଗ ମାନଙ୍କୁ ଏକତ୍ର କରି କିଛି ସମୟ ଅତିବାହିତ କରିବା ଦ୍ୱାରା ଖୁସି ଅନୁଭବ ହୁଏ। ସାଙ୍ଗମାନଙ୍କର କିଛି ବିଶେଷ ମୂହୂର୍ତ୍ତର ଫଟୋ ଅନୁଭୂତିକୁ ପରସ୍ପର ସହ ବାଣ୍ଟିବା ଦ୍ୱାରା ଖୁବ୍‍ ଖୁସି ଲାଗେ। ବନ୍ଧୁତ୍ୱ ଦିବସ ପାଇଁ ବଜାରରେ ଅନେକ ପ୍ରକାରର ଉପହାର ଉପଲବ୍ଧ। ଆମେ ଚାହିଁଲେ ସେ ସବୁ ବନ୍ଧୁଙ୍କୁ ଦେଇ ପାରିବା। ଆମେ ଚାହିଁଲେ ନିଜ ବନ୍ଧୁଙ୍କ ନିମନ୍ତେ ସୋସିଆଲ ମିଡିଆରେ କିଛି ଲେଖି ତାଙ୍କୁ ଖୁସି କରି ପାରିବା।

ବନ୍ଧୁତ୍ବର ସମ୍ପର୍କ ବହୁତ୍ ଖାସ୍ ବା ନିଆରା ହୋଇଥାଏ । ବନ୍ଧୁ ବିନା ଜୀବନ ଯେମିତି ଏକ ରକମର ଅଧୁରା ଅନୁଭବ ହୁଏ।   ସେଥିପାଇଁ ତ ବନ୍ଧୁକୁ ଜୀବନରେ ଅଭିନ୍ନ ଅଙ୍ଗ ବୋଲି ମଧ୍ୟ କୁହାଯାଏ । ଜୀବନର ପ୍ରତିଟି ମୋଡରେ ଏକ ନୂଆ ନୂଆ ବନ୍ଧୁ ସହ ଭେଟ ହୋଇଥାଏ । ସେମାନେ ଆମ ହୃଦୟରେ ସ୍ଥାନଟିଏ ବନେଇବା ସହ ଜୀବନରେ ଯୋଡି ହୋଇ ରୁହନ୍ତି । ବର୍ତ୍ତମାନ ଯୁଗରେ ଫେସବୁକ୍ ଭଳି ବିଭିନ୍ନ ସମାଜିକ ଗଣମାଧ୍ୟରେ ଅନେକ ବନ୍ଧୁ ତ ମିଳିଯାଆନ୍ତି କିନ୍ତୁ ଜୀବନରେ ସଚ୍ଚା ବନ୍ଧୁଟିଏ ମିଳିବା ସହଜ ବିଷୟ ନୁହେଁ। ତେଣୁ ଏହି ପ୍ରେଣ୍ଡସିପ୍ ଡେ ଅବସରରେ ନିଜର ଘନିଷ୍ଠ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଦୌ ଭୁଲନ୍ତୁ ନାହିଁ ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories