www.samajalive.in
Monday, December 15, 2025
16.1 C
Bhubaneswar

୫୦ବର୍ଷର କଂଗ୍ରେସ ଛାଡିଲେ ଆଦିବାସୀ ନେତା ଗଙ୍ଗାଧର ବୁରୁଦା

ମାଲକାନଗିରି: ଦୀର୍ଘ ୫୦ ବର୍ଷ ଧରି ୧୯୬୭ ମସିହାରୁ କଂଗ୍ରେସର ଏକ ତୁଙ୍ଗ ନେତାଭାବେ ପରିଚିତ ଗଙ୍ଗାଧର ବୁରୁଦା ଶନିବାରରେ ମାଲକାନଗିରି ଜିଲ୍ଲାର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମାଲକାନଗିରି ଜିଳ୍ଲା ସଦର ମହକୁମାସ୍ଥିତ ମାଲ୍ୟବନ୍ତ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ଗଙ୍ଗାଧର ତାଙ୍କ ଇସ୍ତଫା ପତ୍ର ପି.ସି.ସି ଓ ଏ.ଆଇ.ସି.ସିକୁ ପଠାଇବେ ବୋଲି କହିଛନ୍ତି। ଏଥିସହ ତାଙ୍କ ପୁତ୍ର ତଥା ନେତା ଶରତ ଚନ୍ଦ୍ର ବୁରୁଦା ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବାରୁ ତାଙ୍କୁ ପକ୍ଷପାତିତା କରି ଦଳରୁ ବରଖାସ୍ତ କରାଯାଇ କରାଯାଇଛି ବୋଲି ସେ କହିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ତାଙ୍କ ପରାମର୍ଶଦାତାଙ୍କ ପ୍ରରୋଚନାରେ ଏଭଳି ନିଷ୍ପତି ନେଇଥିବା ସେ ଅଭିଯୋଗ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୁରୁପ୍ରିୟା ସେତୁ ଉଦଘାଟନ କାର୍ଯ୍ୟକ୍ରମକୁ କଂଗ୍ରେସ ଦଳ ବିରୋଧ କରି ଚିତ୍ରକୋଣ୍ଡା ବନ୍ଦ ଡାକରା ଦେବା ଅଗଣତାନ୍ତ୍ରିକ ଥିଲା। ସ୍ୱାଭିମାନ ଅଞ୍ଚଳର ଲୋକ ଜଳବନ୍ଦୀ ଜୀବନ ଯାପନ କରୁଥିଲେ। ସରକାରଙ୍କ ଦ୍ୱାରା ଉନ୍ନୟନକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ଏହାକୁ ବିରୋଧ କରିବା ଠିକ ନୁହେଁ ବୋଲି କହିଛନ୍ତି। ଜିଲ୍ଲା ସଭାପତି ବର୍ତ୍ତମାନ ଯେଭଳି କାର୍ଯ୍ୟ କରୁଛନ୍ତି, ସେଥିରେ ସେ ଅସନ୍ତୋଷ ପକାଶ କରି ନିଜର ବ୍ୟକ୍ତିତ୍ୱକୁ ବଜାୟ ରଖିବାକୁ ଦଳ ଛାଡ଼ିଥିବା ସେ କହିଛନ୍ତି। ଶ୍ରୀ ବୁରୁଦା ପ୍ରଥମେ ଜଣେ ଶିକ୍ଷକ ଭାବେ ତାଙ୍କ ଜୀବନ ଆରମ୍ଭ କରି ୧୯୬୭ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇ ୪ ଥର ମାଲକାନଗିରି ବ୍ଲକ ଅଧ୍ୟକ୍ଷ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଅନ୍ୟ କୌଣସି ଦଳରେ ଯୋଗ ଦେବା ନେଇ କୌଣସି ମନ୍ତବ୍ୟ ଦେଇ ନଥ ିବା ବେଳେ ବୟୋଜ୍ୟୋଷ୍ଠ ହିସାବରେ କାହାକୁ ପରାମର୍ଶ ଦେବାରେ ଅସୁବିଧା ନାହିଁ ବୋଲି କହିଛନ୍ତି।
କଂଗ୍ରେସ ଦଳ ଗୋଟିଏ ପୁରୁଣା ଦଳ। ସେ ଦଳ ଛାଡ଼ିବା ବିଷୟ ସମ୍ପୂର୍ଣ୍ଣ ତାଙ୍କର ନିଜସ୍ୱ ବ୍ୟାପାର। ଗଙ୍ଗଧର ଦଳ ଛାଡ଼ିବା ଦ୍ୱାରା କଂଗ୍ରେସ ଦଳର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories