www.samajalive.in
Monday, December 15, 2025
24.1 C
Bhubaneswar

ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ହେବେ ଏଚଡ଼ିଏଫସି ବ୍ୟାଙ୍କ ଅଧ୍ୟକ୍ଷ

ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ଦେଶର ବୃହତ୍ତମ ଘରୋଇ କ୍ଷେତ୍ର ଋଣ ପ୍ରଦାନକାରୀ ବ୍ୟାଙ୍କ ଏଚଡ଼ିଏଫସିର ପରବର୍ତ୍ତୀ ଅଧ୍ୟକ୍ଷ ହେବାର ସମ୍ଭାବନା ରହିଛି। ସେ ୨୦୨୧ ଜାନୁଆରୀରେ କାର୍ଯ୍ୟକାଳ ଶେଷ ହେଉଥିବା ଶ୍ୟାମଲା ଗୋପୀନାଥଙ୍କ ପରେ ଏହି ଦାୟିତ୍ୱ ଗ୍ରହଣ କରିବେ। ଏହି ପଦବୀ ପାଇଁ ଏଚଡ଼ିଏଫସି ବ୍ୟାଙ୍କ ଚକ୍ରବର୍ତ୍ତୀଙ୍କ ନାମ ସୁପାରିଶ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମୋଦନ ପରେ ସେ ଏହି ପଦବୀରେ ନିଯୁକ୍ତି ପାଇବେ।

ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଚକ୍ରବର୍ତ୍ତୀ ୨୦୨୦ ଏପ୍ରିଲରେ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଭାବରେ ଅବସର ନେଇଥିଲେ। ଏହା ପୂର୍ବରୁ ସେ ପୁଞ୍ଜି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ଥିଲେ। ଉଭୟ ବିଭାଗ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିଛି। ଅନ୍ୟପକ୍ଷରେ ପୂର୍ବତନ ଆରବିଆଇ ଡେପୁଟି ଗଭର୍ଣ୍ଣର ଶ୍ୟାମଲା ଗୋପୀନାଥଙ୍କ କାର୍ଯ୍ୟକାଳ ୨୦୨୧ ଜାନୁୟାରୀ ୧ରେ ଶେଷ ହେବ। ସେ ୨୦୧୫ ଜାନୁଆରୀରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ।

- Advertisement -

ସୋମବାର ଅନୁଷ୍ଠିତ ବୈଠକରେ ବ୍ୟାଙ୍କ ଚକ୍ରବର୍ତ୍ତୀଙ୍କ ନାମ ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି ଏବଂ ବ୍ୟାଙ୍କ ନିୟମାବଳୀ ଅଧିନିୟମ ୧୯୪୯ର ଧାରା ୩୫ବି ଅନୁଯାୟୀ ଅନୁମୋଦନ ପାଇଁ ଆରବିଆଇକୁ ଏହାର ସୁପାରିଶ ଦାଖଲ କରିଛି ବୋଲି ଜଣାପଡିଛି।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories