www.samajalive.in
Sunday, December 14, 2025
23.1 C
Bhubaneswar

ଇଣ୍ଡିଆନ ଅଏଲର ୮ଟି ବିଶୋଧନାଗାର ରିମୋଟ୍ ମନିଟରିଂରେ ହେବ ଟ୍ରାକିଂ : ଧର୍ମେନ୍ଦ୍ର ପ୍ରଧାନ

ହାଇଦ୍ରାବାଦ/ଭୁବନେଶ୍ୱର : ହାଇଦ୍ରାବାଦ୍ ଠାରେ ଯୌଥଉଦ୍ୟୋଗ ବିଜିଜିଟିଏସ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଅଏଲର ରିମୋଟ ମନିଟରିଂ ଏବଂ ଅପରେସନ ସେଂଟରକୁ ମଙ୍ଗଳବାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।


ନୂଆ ମାପଦଣ୍ଡର ରୂପରେଖ ଅନୁସାରେ ସତର୍କ ଏବଂ ଏବଂ ପରାମର୍ଶଦାତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ୯ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରିମୋଟ ମନିଟରିଂ ଏବଂ ଅପରେସନ ସେଂଟର ନିର୍ମିତ। ଏହି ରିମୋଟ୍ ନିୟନ୍ତ୍ରିତ କାର୍ଯ୍ୟ ଗୁଡ଼ିକ ଦ୍ୱାରା ଦେଶରେ ଇଣ୍ଡିଆନ ଅଏଲର ୮ଟି ରିଫାଇନାରୀ ତଥା ଦିଗବୋଇ, ବୋଙ୍ଗାଇଗାଁ, ପାରାଦୀପ, ପାନିପଥ, ଗୁଜୁରାଟ, ମଥୁରା, ବାରାଉଣି ଏବଂ ହଳଦିଆରେ ଥିବା ବିଶୋଧନାଗାରର କାର୍ଯ୍ୟକ୍ଷମ ନିର୍ଭରଶୀଳତା, ଉତ୍ପାଦନ ଏବଂ ଉତମ ପରିବେଶ ସୃଷ୍ଟି କରିବାରେ ପ୍ରୋତ୍ସାହନ ପ୍ରଦାନ କରିବ। ସେ କହିଛନ୍ତି ବିଶୋଧନାଗାରର ସମସ୍ତ ଗ୍ୟାସ ଟର୍ବାଇନର ରିମୋଟ୍ ମନିଟରିଂ ମଧ୍ୟ ହେବ। ଦେଶର ସମଗ୍ର ଉର୍ଜା କ୍ଷେତ୍ରରେ ଡ଼ିଜିଟାଲ ଇନୋଭେସନରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।

- Advertisement -


ଆଜିର ଉଦଘାଟନ ଇଣ୍ଡିଆନ ଟେକ୍ନୋଲୋଜିରେ ବଳିଷ୍ଟ ପ୍ରମାଣ । ଏହି ରିମୋଟ ମନିଟରିଂ ଏବଂ ଅପରେସନ ସେଂଟର ପ୍ରଧାନମନ୍ତ୍ରୀଙ୍କ ବୃହତ ଦୃଷ୍ଟିକୋଣରେ ଥିବା ଆତ୍ମନିର୍ଭର ଭାରତ ଦିଗରେ ବଡ଼ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଭେଲ ଓ ଜେଇର ଯୌଥଉଦ୍ୟୋଗ ବିଜିଜିଟିଏସକୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories