www.samajalive.in
Thursday, December 11, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ବର : ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ସାକ୍ଷାତ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀ ମୁର୍ମୁ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଗତ ଶନିବାର ଠାରୁ ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଆସନ୍ତାକାଲି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଶ୍ରୀ ମୁର୍ମୁ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅଫିସିଆଲ ଓଡ଼ିଶା ଗସ୍ତ। ଏହି ଗସ୍ତ ବେଳେ ଶ୍ରୀ ମୁର୍ମୁଙ୍କର କେତେକ ଘରୋଇ କାର୍ଯ୍ୟକ୍ରମ ରହିଥିଲା। ଶ୍ରୀ ମୁର୍ମୁ ତାଙ୍କର ଏହି ଗସ୍ତ ମଧ୍ୟରେ ପ୍ରଥମ ଦିନ ୨୬ ତାରିଖ ଅର୍ଥାତ ଶନିବାର ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବାଲେଶ୍ବର ଅଭିମୁଖେ ଗସ୍ତ କରିଥିଲେ। ଏହା ପରେ ୨୭ ତାରିଖରେ ବାରିପଦା ଗସ୍ତରେ ଯାଇଥିଲେ।

- Advertisement -

ସେହିପରି ୨୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଏଥି ସହିତ ଆଜି ଶ୍ରୀ ମୁର୍ମୁ ରାଜ୍ୟ ମହାଲେଖାକାର କାର୍ଯ୍ୟାଳୟକୁ ପରିଦର୍ଶନରେ କରିଥିଲେ। ଏହାପରେ ରାଜ୍ୟ ମହାଲେଖାକାର କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଆସନ୍ତାକାଲି ୩୦ତାରିଖ ସନ୍ଧ୍ୟା ୭ଟାରେ ଶ୍ରୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories