ଫୁଲବାଣୀ: ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ନେହେରୁ ଯୁବକେନ୍ଦ୍ର ଫୁଳବାଣୀ ପକ୍ଷରୁ ଜିଲାସ୍ତରୀୟ ଯୁବ ପାର୍ଲାମେଣ୍ଟ ପ୍ରତିଯୋଗିତା ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିିଥିଭାବେ ନେହେରୁ ଯୁବକେନ୍ଦ୍ର ସଂଗଠନର ରାଜ୍ୟ ନିର୍ଦ୍ଦେଶକ ବିମଳ ପାଟ୍ରିକ୍ ସାହା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଆଇ.ପି.ଏଫ୍ ସାରା ଶର୍ମା, ଜିଲା ଯୁବ ଅଧିକାରୀ ସୋନପୁର ଓ କୋରାପୁଟର ରାଜ ମୃତେଶ୍ ପ୍ୟାଦି, ରାୟଗଡ଼ାର ଜିଲା ଯୁବ ଅଧିକାରୀ ଜେ.ଶତିଶ୍, ଫୁଲବାଣୀ ଜିଲା ଯୁବ ଅଧିକାରୀ ନଗ୍ନିତ୍ କୁମାର, ଗଜପତି ଜିଲାର ଯୁବ ଅଧିକାରୀ ବିଜୟ ମହାପାତ୍ର ପ୍ରମୁଖ ଏଥିରେ ଅତିଥିଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତ୍ୟେକ ଜିଲାରୁ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏଥିରେ ଭାଗନେଇଥିଲେ। ଅନୁଷ୍ଠିତ ପ୍ରତିଯୋଗିତାର ବିଚାରପତି ଭାବରେ ବରିଷ୍ଠ ବୁଦ୍ଧିଜୀବି ଡ.ଅନନ୍ତ ଚରଣ ମିଶ୍ର, ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ନବୀନ କିଶୋର ପଣ୍ଡା, ଆଇନଜୀବି ରବିନ୍ଦ୍ର ନାଥ ମିଶ୍ର ଏବଂ ଡ.ଅରୁପ କୁମାର ଜେନା ପ୍ରମୁଖ ପ୍ରତିଯୋଗୀମାନଙ୍କ ମୁଲ୍ୟାଙ୍କନ କରିଥିଲେ। କାର୍ଯ୍ୟକ୍ରମଟି ନେହେରୁ ଯୁବ ସଂଗଠନର ଏନଏସଏସ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ନେହେରୁ ଯୁବ ସଂଗଠନ ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଅନୁଷ୍ଠିତ ପ୍ରତିଯୋଗିତାରେ କନ୍ଧମାଳ ଜିଲାର ପ୍ରୟନା ପରମିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୁଚିସ୍ମିତା ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଗଜପତି ଜିଲାର ସାୟଦ୍ ଖଦିର୍ ଅବଦୁଲା (ପ୍ରଥମ) ଓ ସ୍ନେହାସିସ୍ ପାଢୀ (ଦ୍ୱିତୀୟ) , ସୋନପୁର ଜିଲାର ସୋନାଲି ସାହା(ପ୍ରଥମ) ଓ ସରୋଜ କୁମାର ସାହୁ (ଦ୍ୱିତୀୟ) , ରାୟଗଡ଼ା ଜିଲାର ତାନ୍ଭି ଅଗ୍ରୱାଲା (ପ୍ରଥମ) ଓ ଝାନସି କିରନ୍ (ଦ୍ୱିତୀୟ) ଏବଂ କୋରାପୁଟ୍ ଜିଲାର ମାରିୟମ୍ ଆଲଭା ଅଦୁ (ପ୍ରଥମ) ଓ ଜିନା ହେନ୍ତଲ (ଦ୍ୱିତୀୟ) ସ୍ଥାନ ଅଧିକାର କରିଥିବା ଏକ ପ୍ରେସ ବିବୃତ୍ତିରେ ଦର୍ଶାଯାଇଛି।



