www.samajalive.in
Sunday, December 7, 2025
26.1 C
Bhubaneswar

ଝାଡା ବାନ୍ତି ରୋଗର ପ୍ରକୋପ; ୧୨ ଅସୁସ୍ଥ

କଲମପୁର : ଗତ ତିନି ଦିନ ଧରି ବଙ୍କାପଲା ଗ୍ରାମରେ ଝାଡା ବାନ୍ତି ରୋଗର ପ୍ରକୋପ ବୃଦ୍ଧି ପାଇଛି। କିଛି ଗୁରୁତର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇ ଘରକୁ ଫେରି ଥିଲେ ମଧ୍ୟ ପୁଣି ସେମାନେ ଝାଡା ବାନ୍ତି ରୋଗରେ ପୀଡିତ ହେବା ଭଳି ଅଭାବନୀୟ ଘଟଣା କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ବଙ୍କାପଲା ଗ୍ରାମର ମାନି କୁମାର, ସଞ୍ଜୟ କୁମାର, ପୂଜା କୁମାର, ରାଜବୀର କୁମାର, ଦିବ୍ୟ କୁମାର, ସସ୍ମିତା ବେମାଲ, ପ୍ରଶାନ୍ତ କୁମାର, ସୁମିତ୍ରା କୁମାର, ବୈଭବ କୁମାର, ନୃପ ମାଝୀ, ଝରମିନ କୁମାର ଓ ଖଗେଶ୍ୱର କୁମାର ପ୍ରମୁଖ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେବା ପରେ ତୁରନ୍ତ ଘଟଣା ସ୍ଥଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଟିମ୍ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଚିକିତ୍ସା କରିଥିଲେ। କିଛି ଗୁରୁତରଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଚିକିତ୍ସା କରାଯିବା ପରେ ପ୍ରଶାନ୍ତ କୁମାର, ପୂଜା କୁମାର, ରାଜ ଦୀପ କୁମାର ପ୍ରମୁଖ ଫେରି ଯାଇଥିଲେ ମଧ୍ୟ ସୋମବାର ସେମାନେ ପୁଣି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇଛନ୍ତି। ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୂଚନା ମିଳିବା ପରେ ବଙ୍କାପଲା ଅଙ୍ଗନବାଡି କର୍ମୀ ବିରାଜିନୀ ମହାରଣା, ବଙ୍କାପଲା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ପିଡିତ ପରିବାରମାନଙ୍କରେ ପହଞ୍ଚି ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିବା ସହ ତୁରନ୍ତ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରର କର୍ମଚାରୀ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପୂଜା କୁମାର ଓ ରାଜବୀର କୁମାରଙ୍କ ପରିବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ସଠିକ୍‍ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଉନଥିବା ଆମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଅମଙ୍ଗ ହୋଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories