ଲାଞ୍ଚ ନେଉଥିବା ସମୟର ଭାଇରାଲ ଭିଡିଓ…’ନୋ ଗୁଗୁଲ-ପେ, ନୋ ଫୋନ-ପେ, ନୋ -ୟୁପିଆଇ ଡାଇରେକ୍ଟ ପକେଟ- ପେ’
ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ଦେବା ଉଭୟ ଅପରାଧ। କିନ୍ତୁ ଏହି କାର୍ଯ୍ୟ ସବୁବେଳେ ଜାରି ରହିଛି। ବିଭିନ୍ନ ସମୟରେ ଲାଞ୍ଚ ନେଇ ଧରାପଡୁଛନ୍ତି, କେହକେହି ଏଥିରୁ ମଧ୍ୟ ବର୍ତ୍ତି ଯାଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଟ୍ରାଫିକ ପୁଲିସ ଭିନ୍ନ ଅନ୍ଦାଜରେ ଲାଞ୍ଚ ମାଗୁଛନ୍ତି। ଏହା ବର୍ତ୍ତାମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଜଣେ ମହିଳା ଟ୍ବିଟ କରି ଲେଖିଛନ୍ତି ‘ନୋ ଗୁଗୁଲ-ପେ, ନୋ ଫୋନ-ପେ , ନୋ -ୟୁପିଆଇ ଡାଇରେକ୍ଟ ପକେଟ ପେ’
No Google pay, No Phone pe, No UPI…… Direct Pocket pay ???
Source :WA pic.twitter.com/EKo5g9E8ab— Jaane bhi do Yaro (@mat_jane_de_yar) December 18, 2020
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଟ୍ରାଫିକ ପୁଲିସ ଡ୍ୟୁଟି ସମୟରେ ଏକ ସ୍କିଟୁ ଚାଳକଙ୍କୁ ଅଟକାଇ ଚାଲାଣ କାଟୁଛନ୍ତି। ଏହି ସମୟରେ ମହିଳା ପୁଲିସ ସ୍କୁଟିରେ ବସିଥିବା ଜଣେ ମହିଳାଙ୍କୁ କିଛି କହୁଥିବା ଦେଖିବାକୁ ମିଳଇଛି। ଏହା ପରେ ସ୍କୁଟିରେ ବସିଥିବା ମହିଳା ଜଣଙ୍କ ଓହ୍ଲାଇ ପୁଲିସ ନିକଟକୁ ଯାଇ କିଛି ଟଙ୍କା ତାଙ୍କ ପକେଟରେ ରଖିଛନ୍ତି। ଏହା ପରେ ଟ୍ରାଫକ ପୁଲିସ ଉକ୍ତ ମହିଳାଙ୍କୁ ଛାଡିଦେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।
Comments are closed.