www.samajalive.in
Sunday, December 7, 2025
26.1 C
Bhubaneswar

୨୦ରୁ ଅଧିକ ହତ୍ୟା କରିଥିବା ସାଇକୋ କିଲର୍ ଗିରଫ, ବାପାଙ୍କ ହତ୍ୟାକାରୀକୁ ମାରିଥିଲା ୩୨ ଗୁଳି

ବିହାର ପୁଲିସ ହାତରେ ଧରାପଡ଼ିଛି ଜଣେ ସାଇକୋ କିଲର୍‌। ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ଭିତରେ ଏହି ସାଇକୋ କିଲର୍‌ ଅବିନାଶ ଶ୍ରୀବାସ୍ତବ ରହିଥିବା ପୁଲିସ ଜାଣିବାକୁ ପାଇଛି। ୨୦ରୁ ଅଧିକ ଲୋକଙ୍କୁ ଅବିନାଶ ହତ୍ୟା କରି ପୂରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିଲା, ଯାହାକୁ ଲୋକେ ସାଇକୋ କିଲର୍‌ କହୁଥିଲେ। ଅବିନାଶ ନିଜ ବାପାଙ୍କ ହତ୍ୟାକାରୀକୁ ୩୨ ରାଉଣ୍ଡ ଗୁଳି କରିଥିଲା। ହତ୍ୟାକାରୀ ନିହତ ହେବା ପରେ ତା’ ପାଖରେ ୩ ଘଣ୍ଟା ବସି ରହିଥିଲା।

ସୂଚନା ଅନୁସାରେ, ବିହାର ବୈଶାଳୀ ପୁଲିସର ସ୍ପେଶାଲ ଟିମ୍‌, ଜିଲା ଗୁଇନ୍ଦା ଶାଖା ଏବଂ ମହନାର ପୁଲିସ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ୨ ଜଣ ଗଞ୍ଜେଇ ଚାଲାଣକାରୀ ଧରାପଡ଼ିଥିଲେ। ସେଥିରୁ ଜଣେ ଥିଲା ଅବିନାଶ। ସେ ଆରଜେଡିର ପୂର୍ବତନ ଏମଏଲସି ଲଲନ ଶ୍ରୀବାସ୍ତବଙ୍କ ପୁଅ।

- Advertisement -

ଗଞ୍ଜେଇ ଚାଲାଣରେ ଅବିନାଶକୁ ଚିହ୍ନଟ କରିବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ଅବିନାଶ ଅପରାଧ ଜଗତରେ ସାଇକୋ କିଲର ଏବଂ ସିରିଏଲ କିଲର ନାମରେ କୁଖ୍ୟାତ ଥିଲା। ସେ ପାଟନାର କଙ୍କଡ଼ବାଗ ଥାନା ଅଧୀନ ଏମଆଇଜି କଲୋନୀରେ ରହୁଥିଲା। ବିହାରରେ ୨୦ରୁ ଊର୍ଦ୍ଧ୍ଵ ହତ୍ୟା ମାମଲାରେ ସେ ଅଭିଯୁକ୍ତ। ଗତ ସେପ୍ଟେମ୍ବରରେ ରକ୍‌ସୌଲରୁ ପୁଲିସ ତାକୁ ଗିରଫ କରିଥିଲା। କିନ୍ତୁ କିଛି ଦିନ ପରେ ଜାମିନରେ ବାହାରି ପୁଣି ଅପରାଧ ଘଟାଇଥିଲା।

ପୁଲିସ ସୂଚନା ଅନୁସାରେ, ଅବିନାଶ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟରୁ ଏମସିଏ କରିଛି। ୨୦୦୨ରେ ହାଜୀପୁରରେ ତା’ ବାପା ତଥା ତତ୍କାଳୀନ ଏମଏଲସି ଲଲନ ଶ୍ରୀବାସ୍ତବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ସମୟରେ ଅବିନାଶ ଇନ୍‌ଫୋସିସରେ ୪୦ ହଜାର ଟଙ୍କା ମାସିକ ଦରମାରେ ଚାକିରି କରୁଥିଲା। କିନ୍ତୁ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ଲାଗି ସେ ୨୦୦୩ରେ ହତ୍ୟାକାରୀ ମୋଇନ ଖାନକୁ ୩୨ ରାଉଣ୍ଡ ଗୁଳି କରି ମାରିଥିଲା। ଏହା ପରେ ଅନ୍ୟ ହତ୍ୟାକାରୀମାନଙ୍କୁ ଜଣକ ପରେ ଜଣେ ମାରିଥିଲା। ସେମାନଙ୍କ ମଧ୍ୟରେ ପଟନାର ଡେପୁଟି ମେୟର ଅମରାବତୀ ଦେବୀଙ୍କ ସ୍ବାମୀ ଦିନା ଗୋପ ବି ସାମିଲ ଥିଲେ।

ଅବିନାଶ ପାଖରେ ଏକେ-୪୭ ମଧ୍ୟ ଥିଲା। ଏହି ଏକେ-୪୭ରେ ସେ ଦିନାଙ୍କୁ ହତ୍ୟା କରିଥିଲେ। ସେହି ସମୟରେ ସେ କ୍ୟାପ୍‌ଟେନ ସୁନୀଲଙ୍କ ଭାଇ, ବିଜୟ ଗୋପ, ଅଜୟ ଗୋପ, ଲାଲୁ ଗୋପ, ଅଜତ ଗୋପ, ଇମ୍‌ତିଆଜ, ଚନାରିକ ଗୋପ, ସୁନା ବ୍ୟବସାୟୀ ମନୋଜ ସୋନାର, ରାହୁଲ ଯାଦବଙ୍କ ସମେତ ୨୦ ଜଣଙ୍କୁ ହତ୍ୟା କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories