www.samajalive.in
Sunday, December 7, 2025
14.1 C
Bhubaneswar

ଧୋତି କୁର୍ତ୍ତା ପିନ୍ଧିଥିଲେ ବୋଲି ଶିକ୍ଷକଙ୍କୁ ତାଗିଦ୍‌; ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଜିଲାଧିକାରୀ

ପାଟନା: ବିହାରର ଲଖିସରାଇର ଜିଲାଧିକାରୀ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ତାଙ୍କ ବେଶଭୂଷା ପାଇଁ ତାଗିଦ୍‌ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। କିଛି ଇଣ୍ଟରନେଟ୍ ବ୍ୟବହାରକାରୀ ତାଙ୍କ ମନ୍ତବ୍ୟ ପାଇଁ ଜିଲାଧିକାରୀଙ୍କୁ ଟ୍ରୋଲ୍ କରୁଛନ୍ତି। ପ୍ରଧାନଶିକ୍ଷକ ଜଣକ କୁର୍ତ୍ତା ଧୋତି ପିନ୍ଧିବା ସହ ବେକରେ ଗାମୁଛା ପକାଇଛନ୍ତି। ଏନେଇ ଜିଲାଧିକାରୀ ତାଙ୍କୁ ତାଗିଦ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଜିଲାଧିକାରୀ ସଞ୍ଜୟ କୁମାର ସିଂହ ଅଚାନକ ନିରୀକ୍ଷଣ କରୁଥିଲେ। ଏହି ସମୟରେ ସେ ପ୍ରଧାନଶିକ୍ଷକଙ୍କୁ ତାଗିଦ୍‌ କରି କହିଛନ୍ତି,- ‘‘କ’ଣ ଆପଣ ଏହି ପୋଷାକରେ ଜଣେ ଶିକ୍ଷକ ପରି ଦେଖାଯାଉଛନ୍ତି? ମୁଁ ଭାବିଲି ଆପଣ ଜଣେ ସ୍ଥାନୀୟ ଜନପ୍ରତିନିଧି।’’

- Advertisement -

ଏହାପରେ ଜିଲାଧିକାରୀ କାହା ସହ ଫୋନ୍‌ରେ କଥା ହେଉଛନ୍ତି ଓ କହୁଛନ୍ତି ଯେ, ଆପଣଙ୍କ ପ୍ରଧାନଶିକ୍ଷକ ମୋ ସାମ୍ନାରେ ଧୋତି କୁର୍ତ୍ତା ପିନ୍ଧି ନେତାଙ୍କ ଭଳି ବସିଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ଦେଖାଯାଉନି। ତାଙ୍କ ନାମ ନିର୍ଭୟ କୁମାର ସିଂହ। ଏଥିସହ ସେ ପ୍ରଧାନଶିକ୍ଷକଙ୍କ ନାଁକୁ ନୋଟ୍‌ କରି ତାଙ୍କ ଦରମା ବନ୍ଦ କରିବାକୁ ଫୋନ୍‌ରେ ନିର୍ଦେଶ ଦେଉଛନ୍ତି। ଭିଡିଓଟି ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହୋଇଛି। ବେଶଭୂଷା ଉପରେ ମନ୍ତବ୍ୟକୁ ନେଇ ଜିଲାଧିକାରୀଙ୍କୁ ତୀବ୍ର ସମାଲୋଚନା କରାଯାଇଛି।


ଇତି ମଧ୍ୟରେ ଜିଲା ଶିକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଶିକ୍ଷକ କୁର୍ତ୍ତା-ପାଇଜାମା ପିନ୍ଧିବା ଏକ ବଡ ପ୍ରସଙ୍ଗ ନୁହେଁ। ଜିଲା ଶିକ୍ଷା ଅଧିକାରୀ ଭିମଲେଶ କୁମାର ଚୌଧୁରୀ କହିଛନ୍ତି, ‘‘ଆମେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇ ଚେତାବନୀ ଦେଇଛୁ। ତାଙ୍କୁ ନିଲମ୍ବନ କରିନାହୁଁ। ଏହା କୌଣସି ବଡ କଥା ନୁହେଁ, ଅଧିକାଂଶ ଶିକ୍ଷକ ଧୋତି କୁର୍ତ୍ତା କିମ୍ବା ପାଇଜାମା କୁର୍ତ୍ତା ପିନ୍ଧନ୍ତି।’’

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories