www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା

ପାଟନା: ବିହାରର ଶିକ୍ଷା ବିଭାଗ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ଜିନ୍ସ ଏବଂ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛି ଏବଂ କହିଛି ଯେ, ଏହି ଚଳଣୀ କର୍ମକ୍ଷେତ୍ରର ସଂସ୍କୃତି ବିରୁଦ୍ଧ। ବୁଧବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ(ପ୍ରଶାସନ) କର୍ମଚାରୀମାନେ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି କାର୍ଯ୍ୟାଳୟକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ନିର୍ଦ୍ଦେଶରେ କୁହାଯାଇଛି ଯେ, ‘‘ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଏଭଳି ପୋଷାକ ପିନ୍ଧି କାର୍ଯ୍ୟାଳୟ ଆସୁଛନ୍ତି, ଯାହା କାର୍ଯ୍ୟାଳୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଅଫିସରେ ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀମାନଙ୍କର ‘କାଜୁଆଲ’ ପୋଷାକ ପିନ୍ଧିବା କାର୍ଯ୍ୟାଳୟର କାର୍ଯ୍ୟ ସଂସ୍କୃତି ବିରୁଦ୍ଧରେ ଯାଉଛି। ତେଣୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ‘ଫର୍ମାଲ’ ପୋଷାକ ପିନ୍ଧି ଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଆସନ୍ତୁ। ତୁରନ୍ତ ପ୍ରଭାବ ସହିତ ଶିକ୍ଷା ବିଭାଗର କାର୍ଯ୍ୟାଳୟରେ କୌଣସି ‘କାଜୁଆଲ୍’ ପୋଷାକ ବିଶେଷ କରି ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ ଅନୁମତି ଦିଆଯିବ ନାହିଁ।’’

- Advertisement -

ଏହି ନିର୍ଦେଶ ଉପରେ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ। ଏଠାରେ ସୂଚନାଯୋଗ୍ୟ, ଏପ୍ରିଲରେ ସାରଣ ଜିଲାର ଜିଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ସରକାରୀ କାର୍ଯ୍ୟାଳୟରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ବିହାର ସରକାର ୨୦୧୯ରେ ରାଜ୍ୟ ସଚିବାଳୟରେ କର୍ମଚାରୀଙ୍କ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାର ଉଦ୍ଦେଶ୍ୟ ‘କାର୍ଯ୍ୟାଳୟର ମର୍ଯ୍ୟାଦା’ ବଜାୟ ରଖିବା ବୋଲି କୁହାଯାଇଛି। ରାଜ୍ୟ ସଚିବାଳୟର କର୍ମଚାରୀମାନଙ୍କୁ ଅଫିସରେ ସାଧା, ଆରାମଦାୟକ ଏବଂ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ସରକାର କହିଛନ୍ତି।

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories