ଲକ୍ଷ୍ନୌ : ଅଯୋଧ୍ୟା ବିମାନବନ୍ଦର ନିର୍ମାଣ ସେପ୍ଟେମ୍ବର ସୁଦ୍ଧା ସରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଟୁଇଟ୍ରେ କହିଛନ୍ତି।
ପାଞ୍ଚ ଦିନ ପୂର୍ବେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ସିଭିଲ୍ ଡାଇରେକ୍ଟୋରେଟଙ୍କ ଠାରୁ ଲାଇସେନ୍ସ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ୬୨୫୦ ବର୍ଗ ମିଟର ପରିସରରେ ବିମାନବନ୍ଦରର ଟର୍ମିନାଲ ବିଲଡିଂ, ରାମ ମନ୍ଦିର ନିର୍ମାଣ କରାଯିବାର ଯୋଜନା ରହିଛି। ଏହା ଯାତ୍ରୀଙ୍କ ମନରେ ଏକ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି କରିବ।
ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ଅଯୋଧ୍ୟା ବିମାନବନ୍ଦର ନିର୍ମାଣ କାର୍ଯ୍ୟ
Popular Categories



