www.samajalive.in
Monday, December 15, 2025
26.1 C
Bhubaneswar

ରିଲିଫ କ୍ୟାମ୍ପକୁ ଯିବାବେଳେ ରାହୁଲଙ୍କୁ ଅଟକାଇଲା ପୁଲିସ୍‌

ଇମ୍ଫାଲ : ମଣିପୁରରେ ହିଂସା ଥମି ନ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରକୁ ଦୁଇ ଦିନିଆ ଗସ୍ତ କରିଛନ୍ତି।। ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦୁଃଖ ବୁଝିବାକୁ ଯାଇଥିବାବେଳେ ପୁଲିସ୍‌ ତାଙ୍କୁ ଅଧା ବାଟରେ ଅଟକାଇଥିବା ଜଣାଯାଇଛି। ମଣିପୁର ଦଙ୍ଗାରେ ଶତାଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ବି ୫୦ ହଜାର ଲୋକ ୩ଶହ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ସ୍ଥିତି ପରଖିବା ପାଇଁ ରାହୁଲ ଗାନ୍ଧି ଆଜି ମଣିପୁର ଗସ୍ତର ପ୍ରଥମ ଦିନରେ ଚୁରାଚାନ୍ଦପୁର ଯିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। କ୍ଷତିଗ୍ରସ୍ତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ବିସ୍ଥାପିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଅଧାବାଟରୁ ରାହୁଲଙ୍କ କାର୍‌କୁ ପୁଲିସ୍‌ ଅଟକାଇଥିବା ସୂଚନା ମିଳିଛି। ପୁଲିସ କହିବା ଅନୁସାରେ ହିଂସା ଏବେ ବି ଥମିନି, ତେଣୁ ସେଠାକୁ ଗଲେ ରାହୁଲଙ୍କ ଉପରକୁ ଆକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହି ଦୃଷ୍ଟିରୁ ତାଙ୍କୁ ଅଟକାଯାଇଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories