www.samajalive.in
Sunday, December 7, 2025
18.1 C
Bhubaneswar

୪୭ ହଜାର ଛୁଇଁ ତଳକୁ ଖସିଲା ସେନସେକ୍ସ; ୪୬୯୬୦ ପଏଣ୍ଟରେ ସାପ୍ତାହିକ କାରବାର ଶେଷ

ପ୍ରଚୁର ବିଦେଶୀ ପୁଞ୍ଜି ବିନିଯୋଗ ହେତୁ ଶୁକ୍ରବାର ଐତିହାସିକ ୪୭୦୦୦ ପଏଣ୍ଟ ଛୁଇଁଛି ସେନସେକ୍ସ । ଆଜି ସକାଳେ ସେନସେକ୍ସ ୪୭୦୨୬ରେ ଖାଲିଥିଲେ ମଧ୍ୟ ଅପରାହ୍ନରେ ତାହା ୪୬୯୬୦.୬୯କୁ ଖସି ଆସିଥିଲା । ଅନ୍ୟପକ୍ଷରେ ନିଫ୍ଟି ମଧ୍ୟ ୧୩୭୬୦.୫୫ ଶୀର୍ଷ ପଏଣ୍ଟରେ ଚଳିତ ସପ୍ତାହ କାରବାର ଶେଷ କରିଛି ।

ବିଏସଇ ସେନସେକ୍ସରେ ଆଜି ୩୧୫୦ଟି କମ୍ପାନୀ ସେୟାର କାରବାର ହୋଇଛି । ୨୬୧ କମ୍ପାନୀର ସେୟାର ଆଜି ୫୨ ସପ୍ତାହର କାରବାରରେ ରେକର୍ଡ଼ କରିଛି । ସେହିପରି ୪୧ଟି କମ୍ପାନୀର ଷ୍ଟକ୍ ସେୟାର ବର୍ଷକର ସବୁଠୁ କମ୍ ମୂଲ୍ୟ ପ୍ରଦର୍ଶନ କରିଛି । ମୋଟାମୋଟି ଚଳିତ ସପ୍ତାହରେ ୧୭୦୫ଟି କମ୍ପାନୀର ସେୟାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ୧୨୭୮ଟି କମ୍ପାନୀ ବେଶ୍ ଭଲ ବ୍ୟବସାୟ କରିଛି ।

- Advertisement -

ଅନ୍ୟପକ୍ଷରେ ଶୁକ୍ରବାର ଆଇଟି ଓ ଫାର୍ମା କ୍ଷେତ୍ରର ଷ୍ଟକଗୁଡ଼ିକ ଭଲ ପ୍ରଦର୍ଶନ କରିଛି । ଆଇଟି କ୍ଷେତ୍ରରେ ସୂଚକାଙ୍କ ୧.୫୯% ଓ ଫାର୍ମା କ୍ଷେତ୍ରରେ ସୂଚକାଙ୍କ ୧.୨୭% ବୃଦ୍ଧି ଘଟିଛି ।

ବିଦେଶୀ ନିବେଶକମାନେ ଷ୍ଟକ ବଜାରରେ ବେଶ୍ ବିନିଯୋଗ କରିଥିବାରୁ ବଜାର ମୂଲ୍ୟ ବୃଦ୍ଧି ପାଇଛି ।  ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSDL) ତଥ୍ୟ ଅନୁଯାୟୀ ଚଳିତବର୍ଷ ନିବେଶକମାନେ ଭାରତୀୟ ଷ୍ଟକ ବଜାରରେ ୧.୫୪ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ଏହା ପୂର୍ବରୁ ୨୦୧୨ରେ ନିବେଶକମାନେ ଭାରତୀୟ ଷ୍ଟକ ବଜାରରେ ୧.୩ ଲକ୍ଷ କୋଟି ଟଙ୍କାର ନିବେଶ କରିଥିବା ରେକର୍ଡ଼ ରହିଛି ।

ବିଶେଷ କଥା ହେଉଛି ଅଗଷ୍ଟରୁ ଭାରତୀୟ ବଜାରରେ ବିଦେଶୀ ପୁଞ୍ଜି ବିନିଯୋଗର ଗତି ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। କେବଳ ଚଳିତ ବର୍ଷ ନଭେମ୍ବର ମାସରେ, ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ପ୍ରାୟ ୬୦ ହଜାର କୋଟି ବିନିଯୋଗ କରିଛନ୍ତି।  ଡିସେମ୍ବର ମାସରେ FPI ବିନିଯୋଗର ସଂଖ୍ୟା ୫୦ ହଜାର କୋଟିରୁ ଅଧିକରେ ପହଞ୍ଚିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories