www.samajalive.in
Tuesday, December 9, 2025
19.1 C
Bhubaneswar

ଭାଇଚାରାର ନିଚ୍ଛକ ନିଦର୍ଶନ ମିଳିତ ଚାଷ; ପରେ ଏବେ ରାସ୍ତା ସଫେଇ

ପାତ୍ରପୁର,୧୭ା୧୨: ପାତ୍ରପୁର ବ୍ଲକର ଦୁର୍ଗମ ବୁରାତାଲ ପଞ୍ଚାୟତର ମହାଲିମ୍ବ ଗ୍ରାମବାସୀ ପୁଣି ଭାଇଚାରାର ନିଚ୍ଛକ ନିଦର୍ଶନ ଦେଖାଇଛନ୍ତି। ଗ୍ରାମବାସୀ ମିଳିତ ଭାବେ ଗ୍ରାମକୁ ସଂଯୋଗ କରୁଥିବା ୬ କିଲୋମିଟର ବଣଜଙ୍ଗଲ ଘେରା ରାସ୍ତାରୁ ଲଟାବୁଦା ସଫା କରିଛନ୍ତି। ଯାହାକି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି।

ପାତ୍ରପୁର ବ୍ଲକର ଦୁର୍ଗମ ପାହାଡିଆ ଅଞ୍ଚଳରେ ବହୁ ଆଦିବାସୀ ଗ୍ରାମ ରହିଛି। ସେଥି ମଧ୍ୟରୁ କେତେକ ଗ୍ରାମକୁ ବର୍ତ୍ତମାନ ସୁଦ୍ଧା ରାସ୍ତାଟିଏ ନିର୍ମାଣ ହୋଇ ପାରିନାହିଁ। ବିଭିନ୍ନ ସମୟରେ ଗର୍ଭବତୀଠାରୁ ଆରମ୍ଭ କରି ସାଧରଣ ରୋଗୀ ଦୋଳାରେ ବୁହା ହେଉଛନ୍ତି। ସମସ୍ୟାକୁ ଖାତିର ନକରି ନିଜ ଉଦ୍ୟମରେ ସବୁକିଛି ସମ୍ଭବପର କରିପାରୁଛନ୍ତି ଏହି ଗ୍ରାମବାସୀ। କେତେବେଳେ ଗ୍ରାମବାସୀ ମିଳିତ ଭାବେ ବଗଡ଼ରେ ଫସଲ ବୁଣାଠାରୁ ଅମଳ ପର୍ଯ୍ୟନ୍ତ ମିଳିତ ସମ୍ପାଦନା କରୁଛନ୍ତି ତ ପୁଣି କେତେବେଳେ ଗ୍ରାମକୁ ସଂଯୋଗ ପଥ ସଫା କରୁଛନ୍ତି। ଦୁଇବର୍ଷ ପୂର୍ବେ ଗ୍ରାମର ଜଣେ କର୍କଟ ଆକ୍ରାନ୍ତ ରୋଗୀଙ୍କୁ ଦୋଳରେ ଜଙ୍ଗଲୀ ରାସ୍ତାରେ ଗ୍ରାମବାସୀ ବୋହି ନେଇ ନିଆରା ନିଦର୍ଶନ ଦେଖାଇଥିଲେ। ସେହି ଖବର ପ୍ରକାଶନ ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା।

- Advertisement -

ଏହା ପରେ ତୁମ୍ବା ଉନ୍ନୟନ ସଂସ୍ଥା ତରଫରୁ ଏହି ଗ୍ରାମକୁ ଜଙ୍ଗଲ ପଥରେ ପ୍ରଥମ ଥର ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୁଜୁଲିଙ୍ଗୀଠାରୁ ମହଲିମ୍ବକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରାୟ ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଲୋକମାନେ ଗ୍ରାମଠାରୁ ଏହି ରାସ୍ତା ଦେଇ ପଞ୍ଚାୟତ, ବ୍ଲକ, ଡାକ୍ତରଖାନା ସହିତ ବଜାର ସଉଦା ପାଇଁ ଯାତାୟାତ କରିବାକୁ ଯାହା ସମସ୍ୟା ଭୋଗୁଥିଲେ ସେଥିରେ କିଛି ମାତ୍ରାରେ ଆଶ୍ବସ୍ତି ମିଳିଥିଲା। ପରବର୍ତ୍ତୀ ସମୟରେ ଏହି ଗ୍ରାମରୁ ଆଙ୍କୁଲି ତାଡକାସାହି ଗ୍ରାମ୍ୟ ଉନ୍ନୟନ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତା ଗତ ବର୍ଷ ନିର୍ମାଣ କରାଯାଇଥିଲା।

ଗ୍ରାମବାସୀ ମୁଖ୍ୟତଃ ଗୁଜୁଲିଙ୍ଗୀ ଦେଇ ଯାତାୟତ କରନ୍ତି। ଦୁଇ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ରାସ୍ତା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ପୁଣି ଲଟାବୁଦା ମାଡି ଯିବାରୁ ଯାତାୟତ ସମସ୍ୟା ସୃଷ୍ଟି ହୋଇଥିଲା। ରାସ୍ତାରୁ ଲଟାବୁଦା ହଟାଇବାକୁ ଗ୍ରାମବାସୀ ଏକ ସଭାରେ ନିଷ୍ପତ୍ତି କରିଥିଲେ। ୬ କିଲୋମିଟର ରାସ୍ତାରୁ ୬ଦିନ ହେଲା ଲଟାବୁଦା ସଫା କରି ଯାତାୟାତ ପଥ ସୁଗମ କରିଛନ୍ତି। ଗ୍ରାମର ଆବାଳ ବୃଦ୍ଧବନିତା ରାସ୍ତା ସଫେଇ କାମରେ ଲାଗିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories