www.samajalive.in
Sunday, December 7, 2025
13.1 C
Bhubaneswar

ଗୋଟିଏ ଇଞ୍ଜେକ୍ସନର ଦାମ ୧୬ କୋଟି ଟଙ୍କା: ବିଶ୍ବର ସବୁଠୁ ମହଙ୍ଗା ଇଞ୍ଜେକ୍ସନ ନେବ ୨ ମାସର ପିଲା

ବର୍ଷକ ପୂର୍ବରୁ କେହି କେବେ ଭାବି ନ ଥିଲେ ୨୦୨୦ ବର୍ଷଟି ଏତେ କଷ୍ଟପ୍ରଦ ହେବ ବୋଲି । କରୋନା ମହାମାରୀ ଯୋଗୁଁ ବିଶ୍ବର ଅର୍ଥନୀତିଠାରୁ ଆରମ୍ଭ କରି ରାଜନୀତି ବଦଳିଛି । ସାରା ବିଶ୍ବର ବୈଜ୍ଞାନିକମାନେ କରୋନା ଟୀକା ପ୍ରସ୍ତୁତ କରିବାରେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ଏହାର ଟୀକାକରଣକୁ ନେଇ କଳ୍ପନାଜଳ୍ପନା ଚାଲିଛି । ଏହି ଟୀକାର ମୂଲ୍ୟ ସମ୍ପର୍କରେ ଚର୍ଚା ଚାଲିଛି । ମାତ୍ର କୋଭିଡ଼ ପୂର୍ବରୁ ବି ବିଶ୍ବରେ ବହୁ ବିରଳ ରୋଗ ରହିଛି ଓ ଏହାର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ବୋଲି ଆପଣ ଜାଣନ୍ତି କି ?

- Advertisement -

ବୋଧ ହୁଏ ଆପଣ କଳ୍ପନା କରି ନ ଥିବେ । ଏହି ରୋଗଟିର ନାମ ହେଉଛି ଜେନେଟିକ ସ୍ପାଇନାଲ ମସ୍କୁଲାର ଥେରୋପି । ଇଂରାଜୀରେ ଏହାକୁ ଏସଏମଏ ରୋଗ ବୋଲି କୁହାଯାଏ । ଯାହାର ଚିକିତ୍ସା ବିଶ୍ବରେ ସବୁଠୁ ମହଙ୍ଗା । ଏହି ରୋଗର ଚିକିତ୍ସା ପାଇଁ ଗୋଟିଏ ଇଞ୍ଜେକ୍ସନର ଦାମ ଭାରତୀୟ ମୂଦ୍ରାରେ ୧୬ କୋଟି ଟଙ୍କା । ନିକଟରେ ଏହି ଟୀକା ବ୍ରିଟେନର ଏକ ୮ ସପ୍ତାହର ପିଲାକୁ ଦିଆଯିବାକୁ ବ୍ୟବସ୍ଥା ହୋଇଛି ।

ଜେନେଟିକ୍ ମେରୁଦଣ୍ଡ ମସ୍କୁଲାର ଆଟ୍ରୋଫି’ ନାମକ ରୋଗ ଏକ ଭିନ୍ନ ଧରଣ କର୍କଟ ରୋଗ କୁହାଯାଇ ପାରିବ । ଏହି ବିରଳ ରୋଗ ଶରୀରରେ ଏସଏମଏନ୍ -୧ ଜିନ ଅଭାବରୁ ହୋଇଥାଏ ।  ଏହି ରୋଗରେ ପୀଡିତ ରୋଗୀଙ୍କ ଛାତି ମାଂସପେଶୀ ଦୁର୍ବଳ ହେବାକୁ ଲାଗେ ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ | ବ୍ରିଟେନର ଅଧିକାଂଶ ପିଲା ଏହି ରୋଗ SMA ରୋଗରେ ପୀଡିତ, ଯଦି ଏହାର ଚିକିତ୍ସା କରା ନ ଯାଏ, ତେବେ ମୃତ୍ୟୁ ସୁନିଶ୍ଚିତ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ରୋଗର ସର୍ବାଧିକ ସଂଖ୍ୟକ ରୋଗୀ ବ୍ରିଟେନରେ ଦେଖିବାକୁ ମିଳେ, ପ୍ରତିବର୍ଷ ପ୍ରାୟ ୬୦ ପିଲା ଏସଏମଏ ରୋଗରେ ଜନ୍ମ ହୁଅନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ରିଟେନରେ ଏସଏମରେ ଅଧିକ ପିଲା ପୀଡ଼ିତ ହେଉଥିଲେ ମଧ୍ୟ ଏହି ଦେଶରେ ଏହାର ଚିକିତ୍ସା ଲାଗି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ । ଏହି ରୋଗର ଚିକିତ୍ସା ଲାଗି ଯେଉଁ ଇଞ୍ଜେକ୍ସ ବ୍ୟବହାର ହୁଏ ତାହା   ଆମେରିକା, ଜର୍ମାନୀ ଏବଂ ଜାପାନରେ ପ୍ରସ୍ତୁତ ହୋଇଥାଏ  | ଏସଏମଏ ରେ ପୀଡିତ ପିଲାମାନଙ୍କୁ ଦିଆଯାଉଥିବା ଇଞ୍ଜେକ୍ସନକୁ ଜୋଲାଜେନେସମା କୁହାଯାଏ, ଯାହା ବ୍ରିଟେନର ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆମେରିକା, ଜର୍ମାନୀ ଏବଂ ଜାପାନରୁ ଆମଦାନୀ ହୋଇଥାଏ | ଏହି ରୋଗରେ ପୀଡିତ ପିଲାମାନଙ୍କୁ ସେମାନଙ୍କ ଜୀବନରେ କେବଳ ଥରେ ଏହି ଇଞ୍ଜେକ୍ସନ ଦିଆଯାଏ, ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ |

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories