www.samajalive.in
Tuesday, December 9, 2025
23.1 C
Bhubaneswar

ଅପରାଧିଙ୍କ ଚରାଭୂଇଁ ପାଲଟିଛି ସମ୍ବଲପୁର : ୧୦ ଦିନ ମଧ୍ୟରେ ୩ ହତ୍ୟା

ସମ୍ବଲପୁର : ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ପୁଲିସ ହାତରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଖସି ଯାଇଥିବା ଭଳି ପରିଲକ୍ଷିତ ହେଉଥିବା ବେଳେ ଅପରାଧିଙ୍କ ଚରାଭୂଇଁ ପାଲଟି ସାରିଛି ସହର। ରାଜ୍ୟର ଅନ୍ୟତମ ପ୍ରମୁଖ ସହର ସମ୍ବଲପୁର ସାଧାରଣତଃ ଶାନ୍ତିପ୍ରିୟ ସହର ଭାବରେ ପରିଚିତ ଥିବା ବେଳେ ଢ଼ିଲା ଓ ଭାରପ୍ରାପ୍ତରେ ଚାଲିଥିବା ପୁଲିସ ବ୍ୟବସ୍ଥା ଯୋଗୁଁ ଏବେ ଅପରାଧିଙ୍କ ମନରେ ଆଇନର ତିଳେ ହେଲେ ଭୟ ନାହିଁ। ଏଣୁ ବିଗତ ୧୦ ଦିନ ମଧ୍ୟରେ ସମ୍ବଲପୁର ସହର ମଧ୍ୟରେ ୩ଟି ଜଘନ୍ୟ ହତ୍ୟାକାଣ୍ଡ ଘଟି ସାରିଛି।

ଏଭଳି ଏକ ଘଟଣାରେ ମଙ୍ଗଳବାର ରାତ୍ର ପ୍ରାୟ ୮ଟାରୁ ସାଢ଼େ ୮ଟା ସମୟ ମଧ୍ୟରେ ଧନୁପାଲି ଥାନା ଅଞ୍ଚଳର ସାକ୍ଷୀପଡା ଠାରେ ସ୍ଥିତ ହନୁମାନ ମନ୍ଦିର ନିକଟରେ ବିଜୟ ନାୟକ ନାମକ ଜଣେ ୨୦ ବର୍ଷିୟ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ଅମାନୁଷିକ ଭାବରେ ହତ୍ୟା କରାଯାଇଛି। ପ୍ରାପ୍ତସୂଚନାନୁଯାୟୀ, ମୃତ ବିଜୟ କୌଣସି କାମରେ ହନୁମାନ ମନ୍ଦିର ନିକଟକୁ ପ୍ରାୟ ୮ଟା ସମୟରେ ଯାଇଥିବା ବେଳେ ପୂର୍ବ ଶତ୍ରୁତା ଥିବା ଯୁବକ ମାନଙ୍କ ସହିତ ଭେଟ ହୋଇଯାଇଥିଲା। ଏଣୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ତଥା ମାଡପିଟ ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା। ତେବେ ବିଜୟଙ୍କ ଅପରପକ୍ଷ ଗୋଷ୍ଠୀର ଯୁବକ ମାନେ ସଂଘବଦ୍ଧ ଭାବରେ ତାକୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କୁ ଅମାନୁଷିକ ଭାବରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

- Advertisement -

ଆକ୍ରମଣ ସମୟରେ ମୃତ ବିଜୟଙ୍କ ମୁହଁରେ ଗଭୀର ଆଘାତ ହୋଇଥିବା ବେଳେ ବାମ ପଟ ଆଖି ମଧ୍ୟ ବାହାରକୁ ବାହାରିଯାଇଥିବାର ଜଣାପଡିଛି। ଘଟଣା ଘଟିବା ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଆହତ ବିଜୟକୁ ତୁରନ୍ତ ବୁର୍ଲା ଭିମସାରକୁ ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସର୍ମ୍ପକରେ ଧନୁପାଲି ଥାନାଧିକାରୀ ପ୍ରଶାନ୍ତ ସାମଲ ସ୍ୱିକାର କରିଥିବା ବେଳେ ତଦନ୍ତ ଚାଲିଛି ବୋଲି କହିଛନ୍ତି। ତେବେ ୧୦ ଦିନ ମଧ୍ୟରେ ୩ଟି ହତ୍ୟାକାଣ୍ଡ ଘଟଣା ସମ୍ବଲପୁରବାସୀଙ୍କୁ ସ୍ତବ୍ଧ କରି ଦେବା ସହିତ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଣୁ ଅପରାଧିଙ୍କ ଉପରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ଦାବି ହେଉଛି।

Hot this week

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

Related Articles

Popular Categories