www.samajalive.in
Sunday, December 7, 2025
13.1 C
Bhubaneswar

ଭାରତର ଚେତାବନୀ ପରେ ଏପରି ମନ୍ତବ୍ୟ ଦେଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାୱା: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସମର୍ଥନ କରିବା ପ​‌ରେ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପ ନ କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ଉଚ୍ଚାୟୁକ୍ତଙ୍କୁ କୁହାଯିବା ସହିତ ରିପୋର୍ଟ ତଲବ କରାଯାଇଥିଲା। ଏପରି ମନ୍ତବ୍ୟ ଦ୍ବାରା ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା। ଏହା ପରେ ବି ଟ୍ରୁଡୋ ନିଜ ମନ୍ତବ୍ୟକୁ କାଏମ ରଖିଛନ୍ତି।

Image Courtesy: Tweeter

ଭାରତର ଚେତାବନୀ ସତ୍ବେ ଟ୍ରୁଡୋ ନିଜ ମନ୍ତବ୍ୟକୁ ପୁନର୍ବାର ଦୋହରାଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କାନାଡ଼ା ବିଶ୍ଵବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧର ଅଧିକାର ପାଇଁ ଏବଂ ମାନବାଧିକାର ପାଇଁ ସର୍ବଦା ଛିଡ଼ା ହୋଇ ରହିବ।

- Advertisement -

ସୂଚନାଯୋଗ୍ୟ, ଟ୍ରୁଡୋଙ୍କ ମନ୍ତବ୍ୟକୁ ନେଇ ଭାରତ ଆପତ୍ତି ଉଠାଇ କାନାଡ଼ା ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କରିଥିଲା। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, କୃଷକ ଆନ୍ଦୋଳନ ସମ୍ପର୍କରେ କାନାଡ଼ା ପ୍ରଧାନମନ୍ତ୍ରୀ, କିଛି କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ସାଂସଦଙ୍କ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ।

Image Courtesy: ANI

ସୂଚନାଯୋଗ୍ୟ, ଭାରତରେ ୩ଟି ନୂଆ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ସରକାରଙ୍କ ସହିତ ୪ଥର ବୈଠକ ହୋଇସାରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଶନିବାର ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୫ମ ବୈଠକ ଅନୁଷ୍ଠିତ ହେବ।

ଏହି ପରିପ୍ରେକ୍ଷୀରେ କୌଣସି ସମାଧାନ ନ ବାହାରିଲେ ଆଗାମୀ ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ନେତା ଅକ୍ଷୟ କୁମାର। ୮ ତାରିଖରେ ଦେଶବ୍ୟାପୀ ଚାଷୀମାନେ ଦାବି ହାସଲ ଲାଗି ଭାରତ ବନ୍ଦ କରିବାକୁ ସେ ଆହ୍ବାନ କରିଛନ୍ତି। ଏହାକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories