www.samajalive.in
Wednesday, December 10, 2025
15.1 C
Bhubaneswar

ଶଙ୍ଖର ମହତ୍ତ୍ୱ : ପ୍ରାପ୍ତି ହୋଇଥାଏ ଭଗନାନଙ୍କ ବିଶେଷ କୃପା ଓ ଆଶୀର୍ବାଦ

ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ୟ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ଓ ଆବଶ୍ୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ। ମନ୍ଦିର ମାନଙ୍କରେ ସକାଳ ଓ ସନ୍ଧ୍ୟାରେ ଆଳତୀ କରିବା ସମୟରେ ଶଙ୍ଖ ବଜାଯାଇବାର ବିଧି ରହିଛି। ଶଙ୍ଖର ଶବ୍ଦ ବିନା ପୂଜାପାଠ ସମ୍ପୂର୍ଣ୍ଣ ହୋଇନଥାଏ ବୋଲି କୁହାଯାଏ। ସମସ୍ତ ଧର୍ମରେ ଶଙ୍ଖ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ମାତ୍ର ଆପଣଙ୍କୁ ହୁଏତ ଜଣାନଥିବ ଯେ, ଯେକୌଣସି ଧାର୍ମିକ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ କେଉଁ କାରଣରୁ ଶଙ୍ଖ ବଜାଯାଇଥାଏ। ଜାଣନ୍ତୁ ଏହା ବିଷୟରେ
ଶଙ୍ଖର ଧ୍ୱନି ନକରାତ୍ମକ ଶକ୍ତିକୁ ନଷ୍ଟ କରିବାକୁ ସମର୍ଥ ହୋଇଥାଏ। ପୁରାଣରେ ମଧ୍ୟ ଶଙ୍ଖର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।
ଶଙ୍ଖର ଧ୍ୱନି ମନରେ ସକାରତ୍ମକ ଭାବନା ସୃଷ୍ଟି କରିବା ସହ ମନକୁ ଶାନ୍ତ କରିଥାଏ।
ଗୃହରେ ଶଙ୍ଖ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗୃହର ପୂଜାକକ୍ଷରେ ଭଗବାନଙ୍କ ନିକଟରେ ଶଙ୍ଖ ରଖି ଏଥିରେ ଜଳ ଭରି ରଖାଯାଏ।
ଏହା ପରିବାରରେ ଶାନ୍ତିର ବାତାବରଣ ରଖିଥାଏ।
ଏହାସହ ମନ୍ଦିରରେ ପୂଜା ସମୟରେ ଶଙ୍ଖରେ ଜଳ ପୂର୍ଣ୍ଣ କରି ରଖାଯାଏ।
ସେହି ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ମଧ୍ୟ ଛିଞ୍ଚନ କରାଯାଏ।
ଭଗନାନ ବିଷ୍ଣୁଙ୍କ ବିଶେଷ କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଏପରି କରିବାର କାଣଣ ହେଉଛି, ଏହି ଜଳରେ ଜୀବାଣୁ ମୁକ୍ତ କରିବାର ସାମର୍ଥ୍ୟ ରହିଥାଏ।
ପ୍ରଦୂଷଣକୁ ମଧ୍ୟ ନଷ୍ଟ କରିବାର ଏହାର କ୍ଷମତା ରହିଛି।
ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ପୂଜାପାଠ କରିବା ସମୟରେ ଶଙ୍ଖ ବଜାଇବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଯାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories