www.samajalive.in
Sunday, December 7, 2025
26.1 C
Bhubaneswar

ଫୁଲବାଣୀରେ ପୁଣି ମାତିଲେ ବାଇକ୍‍ ଲୁଟେରା, ଦିନ ଦ୍ୱିପହରେ ୨୫ ହଜାର ଲୁଟ୍‍

ଫୁଲବାଣୀ: ଦିନ ଦ୍ୱିପହରରେ ପୁଣି ମାତିଲେ ବାଇକ୍‍ ଲୁଟେରା। ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୨ ଜଣ ବାଇକ୍‍ ଳୁଟେରା ୨୫ ହଜାର ଟଙ୍କା ଲୁଟ୍‍ କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ପେନସନଭୋଗୀ ସରକାରୀ କର୍ମଚାରୀ ବ୍ୟାଙ୍କରୁ ତାଙ୍କ ପେନସନ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଅପରପକ୍ଷରେ ଏଭଳି ଘଟଣା ଫୁଲବାଣୀ ସହରରେ ଆଲୋଚ୍ୟ ବିଷୟ ହୋଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କେହି ଗିରଫ ହୋଇ ନଥିବା ଜଣାପଡିଛି।

ଟାଉନ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଟିକାବାଲି ମାଷ୍ଟ୍ରପଡା ନିବାସୀ ଅବସରପ୍ରାପ୍ତ କର୍ମଚାରୀ କନିଷ୍ଠ ବେହେରା ଆଜି ସ୍ଥାନୀୟ ଆଲାହବାଦ ବ୍ୟାଙ୍କରୁ ତାଙ୍କ ପେନସନ ୨୫ ହଜାର ଟଙ୍କା ଉଠାଇ ଯାତ୍ରୀବାହି ବସରେ ଘରକୁ ଫେରିବା ପାଇଁ ଚାଲି ଚାଲି ଯାଉଥିଲେ। ଦିନ ପ୍ରାୟ ୧ଟା ସମୟରେ ଜିରିଙ୍ଗପଡା ନିକଟରେ ଦୁଇଜଣ ଅଜଣା ଯୁବକ ଏକ ବାଇକରେ ଦ୍ରୁତ ଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। କନିଷ୍ଠ ତଳେ ପଡିଯିବାରେ ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ଥିବା ବ୍ୟାଗଟିକୁ ଛଡାଇ ନେଇଥିଲେ। ବ୍ୟାଗରେ କନିଷ୍ଠଙ୍କ ଆଧାର କାର୍ଡ, ପାସବୁକ, ପରିଚୟପତ୍ର ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ରହିଥିବା ପ୍ରକାଶ। ପୁଲିସ ଏହି ଘଟଣ।।ରେ କେସ ନଂ ୧୫୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories