www.samajalive.in
Tuesday, December 9, 2025
16.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ ବ୍ୟାଗ ; ମୂଲ୍ୟ ୫୩ କୋଟି ଟଙ୍କା

ଇଟାଲୀ : ଇଟାଲୀର ଏକ ଦାମୀ ନାଁଥିବା କମ୍ପାନୀ ଦୁନିଆର ସବୁଠାରୁ ମହଙ୍ଗା ବ୍ୟାଗ ତିଆରି କରିଛି। ଏହି ବ୍ୟାଗଟିକୁ କମ୍ପାନୀ କିଛି ଦିନ ପୂର୍ବରୁ ହିଁ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ୫୩ କୋଟି ଟଙ୍କା। ସମୁଦ୍ରକୁ ବଞ୍ଚାଇବା ପାଇଁ ସଚେତନତା ଅଭିଯାନ ଅଧୀନରେ ଏହି ବ୍ୟାଗକୁ ତିଆରି କରାଯାଇଛି।
ବାସ୍ତବରେ ଏହି ଦାମୀ ଇଟାଲୀ ବ୍ରାଣ୍ଡ ବୋରିନି ମିଲନେସି ୬ ମିଲିୟନ ୟୁରୋ ( ପ୍ରାୟ ୫୩ କୋଟି ଟଙ୍କା) ମୂଲ୍ୟରେ ନିର୍ମିତ ଦୁନିଆର ସବୁଠାରୁ ମହଙ୍ଗା ଏହି ବ୍ୟାଗକୁ ତିଆରି କରିଛି। ଏହି ଚକଚକ ଓ ସୁନ୍ଦର ଦେଖାଯାଉଥିବା ବ୍ୟାଗରେ ୧୩୦ କ୍ୟାରେଟ ହୀରା ଓ ୧୦ ଧଳା ସୁନା ପ୍ରଜାପତି ବ୍ୟବହାର ହୋଇଛି। ସମୁଦ୍ର ପ୍ରଦୂଷଣ ବିଷୟରେ ସଚେତନା ସୃଷ୍ଟି କରିବା ପାଇଁ ଏହି ବ୍ୟାଗ ଗୁଡ଼ିକୁ ତିଆରି କରାଯାଇଛି।
ସୋସିଆଲ ମିଡ଼ିଆରେ ବୋରିନି ମିଲନେସି ସୂଚନା ଅନୁଯାୟୀ, ସମୁଦ୍ରର ସୁରକ୍ଷା ତଥା ସଚେତନତା ସୃଷ୍ଟି କରିବା ପାଇଁ ଆମର ବ୍ୟାଗ ପ୍ରସ୍ତୁତ କରି ଆମେ ଗର୍ବିତ। ଏହା ଏକ ୬ ମିଲିୟନ ୟୁରୋ ବ୍ୟାଗ। ଏହାର ଆୟରୁ ପ୍ରାୟ ୮୦୦ ହଜାର ୟୁରୋ ସମୁଦ୍ର ସଫା କରିବା ପାଇଁ ଦାନ କରାଯିବ।
ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ମାଧ୍ୟମରେ ଏହି ବ୍ୟାଗର ସୌନ୍ଦର୍ଯ୍ୟ ଦେଖାଯାଇଛି। ହାଲକା ନୀଳ ଦେଖାଯାଉଥିବା ଏହି ବ୍ୟାଗରେ ସୁନା ପ୍ରଜାପତି ମଧ୍ୟ ଲାଗିଛି। ଯାହା ବ୍ୟାଗର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ ବୃଦ୍ଧି କରୁଛି। ବ୍ୟାଗକୁ ବନ୍ଦ କରିବା ପାଇଁ ସୁନ୍ଦର ହୁକ୍‍ କୁ ଡ଼ିଜାଇନି କରାଯାଇଛି। ଏହି ବ୍ୟାଗର ମୂଲ୍ୟ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories