www.samajalive.in
Sunday, December 7, 2025
13.1 C
Bhubaneswar

୨ ଦିନିଆ ଫୁଟବଲ୍‍ ପ୍ରତିଯୋଗିତା ଉଦ୍‍ଯାପିତ, ଫୁଲବାଣୀ ଭବାନୀ କ୍ଳବ ଚମ୍ପିଆନ୍‍

ଫୁଲବାଣୀ/ଖଜୁରିପଡ଼ା: କନ୍ଧମାଳ ଜିଲା ଖଜୁରିପଡ଼ା ସ୍ଥିତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଗତ ୨ ଦିନହେଲା ଚାଲିଥିବା ଫୁଟବଲ୍‍ ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ୍‍ ମ୍ୟାଚ୍‍ ଜି.ଉଦୟଗିରି ଓ ଫୁଲବାଣୀ ଭବାନି କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭବାନୀ କ୍ଳବ ୪-୦ ଗୋଲରେ ବିଜୟ ହୋଇ ଚମ୍ପିଆନ୍‍ ହୋଇଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କ ସମେତ ବିଜେଡ଼ି ନେତା ମହମ୍ମଦ ୟାସିନ୍‍ ବେଗ୍‍, କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ଛାତ୍ର ବିଜେଡ଼ି ସଭାପତି ସୁନିଲ୍‍ ସେଠୀ ଓ ଖଜୁରିପଡ଼ା ଫୁଟବଲ୍‍ ଟିମ୍‍ ପୂର୍ବତନ ଅଧିନାୟକ ସନାତନ ବେହେରା ଯୋଗଦେଇ ଚମ୍ପିଆନ୍‍ ଦଳ ଓ ରନର୍ସ ଦଳକୁ ଟ୍ରଫି ସହିତ ପୁରସ୍କୃତ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ମା’ସୁରାଦେଇ ଫୁଟବଲ୍‍ ଟିମର ସଦସ୍ୟ ସମ୍ପୁ ବେହେରା, ସନ୍ତୋଷ ବେହେରା, ପରିଡ଼ା ମୁଖୀ, ରାଜୁ ନାୟକ, ପ୍ରକାଶ କୁମାର ସାହୁ, ଅନିଲ୍‍ ବେହେରା, ସନ୍ତୋଷ ସାହୁ, ବବୁଲ ମୁଲାର, କାଳିଆ ମଲିକ, ଅଶୋକ ବିନ୍ଦାଣୀ ଓ ଅନ୍ୟମାନେ ପରିିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍‍ ଅଫ୍‍ ଦି ସରିଜ୍‍ ଭାବେ ଭବାନୀ କ୍ଳବର ଯୁଗଳ କହଁର ଓ ମେନ୍‍ ଅଫ୍‍ ଦି ସିରିଜ୍‍ ଭାବେ ବଣ୍ଟୁ କହଁରଙ୍କୁ ପୁରସ୍କୃତ କରାଯାଇଛି। ୨ ଦିନିଆ ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ ଉତ୍ସବରେ ଗଣମାଧ୍ୟମ ପ୍ରତିନିଧି ସତ୍ୟପ୍ରିୟ ମହାପାତ୍ର, ବିକାଶ କୁମାର ଦିଗାଲ, ଗୌର ଚରଣ ବେହେରା, ଅନନ୍ତ ଦିଗାଲ ପ୍ରମୁଖ ଉଦ୍‍ଘାଟନ କରିଥିବା ବେଳେ ଏଥିରେ ୮ଟି ଦଳ ଫୁଲବାଣୀ, ଜି.ଉଦୟଗିରି, ଭଂଜନଗର ଏକାଦଶ, ଗୁଟିଙ୍ଗିଆ, ଖଜୁରିପଡ଼ା, କଇଁଝର, କଲାଡ଼ି ଓ ମା’ ସୁରାଦେଇ ଏକାଦଶ ଦଳ ଭାଗ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories