www.samajalive.in
Monday, December 8, 2025
14.1 C
Bhubaneswar

ମହିଳାମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡ଼ି ଏକ ମୁଖ୍ୟ ଶୃଙ୍ଗାର ; ଜାଣନ୍ତୁ ଏହାର ବିଶେଷତ୍ୱ

ମହିଳାମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡ଼ି ଏକ ମୁଖ୍ୟ ଶୃଙ୍ଗାର ଦ୍ରବ୍ୟ ଅଟେ। ମାତ୍ର ଏହା କେବଳସୌନ୍ଦର୍ଯ୍ୟ ଓ ଶୃଙ୍ଗାର ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ। ଜାଣନ୍ତୁ
ମାନସିକ ସନ୍ତୁଳନ –
ଚୁଡ଼ି ପିନ୍ଧିବା ଦ୍ୱାରା ମହିଳାଙ୍କର ମାନସିକ ସନ୍ତୁଳନ ସଠିକ ରହିଥାଏ। ବୈଜ୍ଞାନିକଙ୍କ ମତାନୁଯାୟୀ କାଚ ଚୁଡ଼ି ମଧ୍ୟରୁ ହେଉଥିବା ଶବ୍ଦ ବାତାବରଣରେ ଥିବା ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ଏହାସହ ଚୁଡ଼ି ବାତାବରଣରେ ସକରାତ୍ମକ ଶକ୍ତି ସଞ୍ଚାର କରିଥାଆନ୍ତି।
ଥକ୍କାପଣ ଦୂର କରିଥାଏ –
ଚୁଡ଼ି ଯୋଗୁଁ ସୃଷ୍ଟି ହେଉଥିବା ଘର୍ଷଣ ଦ୍ୱାରା ଶରୀରରେ ଶକ୍ତି ସୃଷ୍ଟି ହୋଇଥାଏ। ଯାଦ୍ୱାରା ମହିଳାମାନେ ଶୀଘ୍ର ଥକ୍କାପଣ ଅନୁଭବ କରନ୍ତି ନାହିଁ।
ଶ୍ୱାସ ରୋଗ –
ସୁନା ଓ ରୂପା ଚୁଡ଼ି ପିନ୍ଧିବା ଦ୍ୱାରା ମଧ୍ୟ ଏଥିରେ ଥିବା ଧାତୁ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ। ହସ୍ତରେ ସୁନା, ରୂପା , କାଚ ଆଦି ଚୁଡ଼ି ଧାରଣ କରିବା ଦ୍ୱାରା ମହିଳାମାନଙ୍କର ଶ୍ୱାସ, ହୃଦ ରୋଗ ହେବାର ସମ୍ଭାବନା ଖୁବ କମ ଥାଏ।
ହରମୋନ ସନ୍ତୁଳନ କରିଥାଏ –
ଚୁଡ଼ି ପିନ୍ଧିବା ଦ୍ୱାରା ମହିଳାଙ୍କ ଶରୀରରେ ହରମୋନ ସଠିକ ସ୍ତରରେ କ୍ଷରଣ ହୋଇଥାଏ।
ରକ୍ତ ପ୍ରବାହ –
ଚୁଡ଼ି ପିନ୍ଧିବା ଦ୍ୱାରା ଏହା ହସ୍ତରେ ଘର୍ଷଣ ହୋଇ ହାତରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories