ଆଜି ବାତ୍ୟାର ରୂପ ନେବ ଫେଙ୍ଗାଲ: ତାମିଲନାଡୁରେ ବର୍ଷା ଜାରି
ନୂଆଦିଲ୍ଲୀ : ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ। ଏବେ ଏହା ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇ ରହିଛି। ୩୦ ତାରିଖ ସକାଳ ସୁଦ୍ଧା ମହାବଳିପୁରମ ଓ କୋଡାଇକେନାଲ ମଧ୍ୟରେ ଉତ୍ତର ତାମିଲନାଡ଼ୁ ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ସମୟରେ ପବନ ର ବେଗ ୬୦ରୁ ୭୦ କିଲୋମିଟର ରହିପାରେ। ଇତିମଧ୍ୟରେ ତାମିଲନାଡୁ ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ତେଣୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି।
Comments are closed.