ଆମ୍ବୁଲାନ୍ସରେ ରୋଗୀ ବଦଳରେ ଜିନିଷ ବୁହା

0

ମାଲକାନଗିରି: ମାଲକାନଗିରି ଜିଲାରେ ଆମ୍ବୁଲାନ୍ସ ଠିକ ସମୟରେ ନ ପହଞ୍ଚିବାରୁ ରୋଗୀ ମୃତ୍ୟୁବରଣ କରୁଥିବା ପୂର୍ବରୁ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଆମ୍ବୁଲାନ୍ସରେ ଖୋଲା ଖୋଲି ଭାବେ ଜିନିଷ ବୁହା ଚାଲିଥିବାର ଦେଖିବାକୁ ମିଳିଛି । ରୋଗୀ ବଦଳରେ ଏଠି ବିଭିନ୍ନ ଜିନିଷ ନେବାଆଣିବା ପାଇଁ ଆମ୍ବୁଲାନ୍ସକୁ ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି। ମାଲକାନଗିରି ଜିଲା ସଦର ମହକୁମାର ଏକ ଦୋକାନରୁ ଆମ୍ବୁଲାନ୍ସ ଯୋଗେ ଜିନିଷ ନିଆଯାଉଥିବାର ଦେଖିବାକୁ ମିଳିଥିଲା। ଦିନ ଦ୍ବିପହରରେ ନିୟମକୁ ବେଖାତିର କରି ଖୋଲା ଖୋଲି ଭାବେ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଜିନିଷ ନେବାଆଣିବା ପାଇଁ ବ୍ୟବହାର କରାଯାଉଛି । ଜିଲାରେ ଆମ୍ବୁଲାନ୍ସ ଠିକ ସମୟରେ ରୋଗୀଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।

Leave A Reply