www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠୁ କଟକରେ ସେରୋ ସର୍ଭେ

କଟକ: ସୋମବାରଠାରୁ ସହରରେ ସେରୋ-ସର୍ଭେ ଆରମ୍ଭ ହେବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ପୂର୍ବପ୍ରସ୍ତୁତି ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସହରର ୫୯ ୱାର୍ଡ ମଧ୍ୟରୁ ୨୫ଟି ୱାର୍ଡକୁ ମନୋନୀତ କରାଯାଇଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି), ଭୁବନେଶ୍ବର ଓ କଟକ ମହାନଗର ନିଗମ (ସିଏମସି)ର ମିଳିତ ସହଯୋଗରେ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୪ ଦିନ ଏହି କାର୍ଯ୍ୟକ୍ରମ କରାଯିବ। ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ। ଏଥିପାଇଁ ଆରଏମଆରସି ପକ୍ଷରୁ ୫ଟି ସର୍ଭେ ଦଳକୁ ସମ୍ପୃକ୍ତ ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର, ଆଶାକର୍ମୀ, ଏଏନଏମ୍ ପ୍ରମୁଖ ସହଯୋଗ କରିବେ। ସୋମବାର
ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦିନରେ ୧୦ଟି ୱାର୍ଡରେ ସେରୋ-ସର୍ଭେ କରାଯିବ। ପ୍ରତି ଟିମ୍ ଦୁଇଟି ଲେଖାଏଁ ୱାର୍ଡରୁ ନମୁନା ସଂଗ୍ରହ କରିବେ। ଟିମ୍‌-ଏ ୨ ନମ୍ବର ୱାର୍ଡର ବିଡ଼ାନାସୀସ୍ଥିତ ସେବା ଶିକ୍ଷା ନିକେତନରେ ନମୁନା ସଂଗ୍ରହ କରିବା ପାଇଁ ସ୍ଥିର ହୋଇଥିବା ବେଳେ ୫ ନମ୍ବର ୱାର୍ଡରେ ସେକ୍ଟର-୭ ଆବାସିକ ସଂଘଠାରେ ନମୁନା ସଂଗ୍ରହ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଟିମ୍-ବି ୭ ନମ୍ବର ୱାର୍ଡର ସୁନାଦେଇ ମନ୍ଦିର ନିକଟ ଧୋବାସାହି ଭାଗବତ ଘରେ ନମୁନା ସଂଗ୍ରହ କରାଯିବା ସହିତ ​‌୯ ନମ୍ବର ୱାର୍ଡରେ ଜେବିଏସ୍ ମଣ୍ଡପ, ଟିମ୍-ସି ୧୨ ନମ୍ବର ୱାର୍ଡରେ ବରିଆ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ଓ ୧୪ ନମ୍ବର ୱାର୍ଡର ଉର୍ଦ୍ଦୁ ସ୍କୁଲ, ଟିମ୍‌-ଡି ୧୬ ନମ୍ବର ୱାର୍ଡରେ ଗୋରାକବର ସ୍କୁଲ ଓ ୧୮ ନମ୍ବର ୱାର୍ଡରେ ଓଡ଼ିଆ ବଜାର ପ୍ରାଥମିକ ବିଦ୍ୟାଳୟ, ଟିମ୍‌-ଇ ୨୦ ନମ୍ବର ୱାର୍ଡରେ ବାଖରାବାଦ ନିକଟସ୍ଥ ଅହିଂଶା ଭବନ ଏବଂ ୨୩ ନମ୍ବର ୱାର୍ଡରେ ବିରେନମିତ୍ର ସରକାରୀ ଉ.ପ୍ରା ବିଦ୍ୟାଳୟରେ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ଏହି ୧୦ଟି ୱାର୍ଡରୁ ପ୍ରାୟ ୬୦୦ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ ୫ ଦିନରେ ୨୫ଟି ୱାର୍ଡରେ ସର୍ଭେ କରାଯିବ। ପ୍ରତି ୱାର୍ଡରୁ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ସମୁଦାୟ ୧୫୦୦ ଲୋକଙ୍କ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଗର୍ଭବତୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ରକ୍ତ ନମୁନା ଓ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ। ଏହି ସର୍ଭେ ଦ୍ବାରା ଶରୀରରେ କେତେ ରୋଗ ପ୍ରତିରୋଧକ ସୃଷ୍ଟି ହୋଇଛି ଜଣାପଡ଼ିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories