www.samajalive.in
Sunday, December 7, 2025
26.1 C
Bhubaneswar

ନୌସେନାର ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରାହ୍ମୋସ୍ ପରୀକ୍ଷଣ ସଫଳ

ଶବ୍ଦଠାରୁ ଅଧିକ ବେଗରେ ଉଡାଣ କରିପାରୁଥିବା ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ନୌସେନାର ଆଇଏନଏସ ଚେନ୍ନାଇରୁ ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ ବ୍ରହ୍ମୋସ ଆରବ ସାଗରରେ ଲୁଚି ରହିଥିବା ସ୍ଥାନକୁ ସଠିକ ଭାବେ ଟାର୍ଗେଟ କରିଥିଲା। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡ଼ିଓ, ବ୍ରହ୍ମୋସ କମ୍ପାନୀ ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜୀ. ସତୀଶ ରେଡ୍ଡୀ ଏହି ସଫଳତା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ ସହ ଜଡିତ ବୈଜ୍ଞାନିକ ତଥା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


ଡିଆରଡିଓ ଅଧ୍ୟକ୍ଷ କହିଛନ୍ତି, ବ୍ରହ୍ମୋସ କ୍ଷେପଣାସ୍ତ୍ର ଅନେକାଂଶରେ ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତା ବୃଦ୍ଧି କରିବ। ବ୍ରହ୍ମୋସ୍ ହେଉଛି ଭାରତର ପ୍ରମୁଖ ଷ୍ଟ୍ରାଇକ୍ କ୍ଷେପଣାସ୍ତ୍ର ଯାହା ସମୁଦ୍ର ପୃଷ୍ଠରେ ଦୂର ଲକ୍ଷ୍ୟକୁ ଭେଦ କରିପାରିବ। ଏହା ଆମ ନୌସେନାର ବିନାଶକାରୀ ଜାହାଜକୁ ଆଉ ଏକ ମାରାତ୍ମକ ଅସ୍ତ୍ର ଦେଇଛି। ଭାରତ ଏବଂ ରୁଷ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟବହାର ଯୋଗ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ରର ମିଳିତ ଭାବେ ପରିକଳ୍ପନା, ବିକାଶ ଏବଂ ନିର୍ମାଣ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories